ହାଣ୍ଡି ଉପରେ ମାଡ଼

ସାଧାରଣତଃ ଭୁଲ କାମ ପାଇଁ ମାଡ଼ ଥାଏ । ମାଡ଼ ବସେ ।ପିଲାଙ୍କ କାନମୋଡି ପିଲାଙ୍କ ଗାଲରେ ସରୁ ଚଟକଣି ବସାଇ ଦୁଷ୍ଟ ନ ହେବା ପାଇଁ ପିଲାଙ୍କୁ ଆକଟ କରିବାକୁ ଚେଷ୍ଟା କରନ୍ତି ମା’ବାପା ଗୁରୁଜନ। ମା’ଙ୍କ ଗାଳିମାଡ଼ ପିଲାଙ୍କ ପାଇଁ ଦାଣ୍ଡର ଧୂଳି ଚନ୍ଦନ ଭଳି ।ବାପାଙ୍କ ଅଭିଭାବକପଣିଆ ଅନୁଭୂତ ହୁଏ ପିଲାଙ୍କୁ ମାଡ଼ ଦେଇ ଆକଟ କରିବାରେ । ସେ ମାଡ଼ ପିଲାଙ୍କୁ ଠିକ୍‌ ବାଟକୁ ବି ଆଣିଥାଏ ।ମାଡ଼କୁ ନେଇ ସେମିତି ଲେଖାଯାଇଛି ଅନେକ ଲେଖା, ଅନ୍ୟକୁ କେବଳ ସୁଧାରିବା ପାଇଁ। କୁହାଯାଏ ସେମିତି ଅନେକ କଥା। ତନ୍ମଧ୍ୟରେ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ କାଳଜୟୀ ସୃଷ୍ଟି ‘ମାଡ଼ହାଣ୍ଡି କଥା’ ଉଲ୍ଲେଖଯୋଗ୍ୟ। ସେଇ ମାଡ଼ହାଣ୍ଡିର କାହାଣୀ ଯିଏ ପଢ଼ିଛି, ସେ ନିଶ୍ଚୟ ନ ହସି ରହି ନ ଥିବେ।
ମାଡ଼କୁ ନେଇ ଆଜି ବି ଲେଖାଚାଲିଛି ଗୀତ, କବିତା, ପ୍ରବନ୍ଧ ଗଳ୍ପ । ଆମ ପିଲାବେଳେ ସ୍କୁଲରେ ଯେଉଁ ମାଡ଼ ଥିଲା, ଏବେ ସେ ମାଡ଼ ଆଉ ନାହିଁ ସ୍କୁଲରେ। ସ୍କୁଲସବୁକୁ କରାଯାଇଛି ‘ଦଣ୍ଡମୁକ୍ତ ଅଞ୍ଚଳ’। ସେଠି ପିଲାଙ୍କ ପିଠିରେ ପାହାର ବସିବା ପୂରା ମନା ହୋଇଛି। ଏ କଥା ବି ମିଛ ନୁହେଁ ମାଡ଼ ଉଠିଯାଇଥିବାରୁ କିଛି ପିଲା ଖୁବ୍‌ ଅମନଯୋଗୀ ରହନ୍ତି ଆଜିର ଦିନରେ। ଗୋପାଳ ଚନ୍ଦ୍ରଙ୍କ ମାଡ଼ହାଣ୍ଡି କାହାଣୀରେ ହାଣ୍ଡି ଉପରେ ମାଡ଼ ପଡ଼ିନି, ହେଲେ ହାଣ୍ଡି ଭିତରେ ଢଙ୍କାଯାଇ ହାଣ୍ଡି ମୁହଁ ବନ୍ଦ କରି ରଖାଯାଇଥିଲା ବିବିଧ ପ୍ରକାର ମାଡ଼(ମାଡ଼କୁ ହାଣ୍ଡିରେ ରଖାଯିବା ସମ୍ଭବ କେବଳ ଗପରେ)। ଅଳସୁଆ ପୁଅ ପୂର୍ବଭଳି ଢଙ୍କାଯାଇ ରଖାଯାଇଥିବା ମହମହ ସ୍ବାଦିଷ୍ଟ ଖାଦ୍ୟ ଆଶାରେ ଯେତେବେଳେ ପାଣିରେ ଭାସୁଥିବା ହାଣ୍ଡିକୁ ଆଣି ହାଣ୍ଡିମୁହଁକୁ ଖୋଲି ଦେଇଛି ତା’ପରେ ବିବିଧ ପ୍ରକାର ମାଡ଼ହାଣ୍ଡି ଭିତରୁ ବାହାରି ଆସି ଅଳସୁଆ ଉପରେ ଦୁଲ୍‌ଦାଲ୍‌,ଠୋ ଠା ଲଦି ଦେଇଥିଲେ। ଖାଦ୍ୟ ଲୋଭରେ ପୁଅ ଭଲ କରି ପାଇଲା ପାନେ । ତଥାପି ହାଣ୍ଡି ମୁହଁକୁ ତରବରରେ ବାନ୍ଧି ଦେବାରୁ ଅଧିକ ମାଡ଼ ଖାଇବାରୁ ଅଳସୁଆ ବର୍ତ୍ତିଗଲା। ଆଉ ସେଇ ହାଣ୍ଡିକୁ ନେଇ ଘର କୋଣରେ ରଖିଦେଲା ଯେମିତି ଆଗରୁ ରଖୁଥିଲା ବଳକା ଖାଦ୍ୟ ତା’ ମାଆ ଖାଇବା ପାଇ। ଏଥରକ ତା’ ମାଆର ଭାଗ୍ୟ ଭଲ। ସେ ଦେଖିବା ପୂର୍ବରୁ ଆଗରୁ ଘର ଭିତରେ ଲୁଚିଛପି ରହିଥିବା ଭୋକିଲା ଚୋର ଦଳଙ୍କ ନଜରରେ ସେ ହାଣ୍ଡିଟା ପଡ଼ିଲା। ସେମାନେ ଖାଦ୍ୟ ଥିବ ଭାବି ହାଣ୍ଡିର ବନ୍ଦଥିବା ମୁହଁକୁ ଖୋଲିଦେବାରୁ ବିଧା, ଚାପୁଡ଼ା ଗୋଇଠା ଆଦି ବିଭିନ୍ନ ପ୍ରକାର ମାଡ଼ ଚୋରମାନଙ୍କ ଉପରେ ନିର୍ଘାତ ହେଲା। ଚୋର ଦଳ ଚୋରି କରିଥିବା ମୂଲ୍ୟବାନ ଜିନିଷ ସବୁକୁ ସେଠି ଛାଡ଼ିଦେଇ ଜୀବନ ବିକଳରେ ସେଠୁ ଦୌଡ଼ି ପଳାଇଥିଲେ । ମାଆ ପୁଅ ଭାଗ୍ୟରେ ଲେଖାଥିବା ଚୋରି ସମ୍ପତ୍ତି ପାଇ ତା’ପରେ ଖୁସିରେ ଚଳିଥିଲେ। ଏହା ହେଉଛି ମାଡ଼ହାଣ୍ଡିର କଥାବସ୍ତୁ। କାହାଣୀ ବର୍ଣ୍ଣିତ ହାଣ୍ଡିଭର୍ତ୍ତି ବିବିଧ ମାଡ଼ ଅଳସୁଆ ପୁଅ ଓ ଚୋର ଦଳକୁ ଯାହା ଖୁବ୍‌ ଛେଚିଥିଲେ ।
ଏବେ ପୁଣି ହାଣ୍ଡି ଉପରେ ମାଡ଼ ପଡ଼ିବା ନେଇ ଚର୍ଚ୍ଚା ହୁଏ। ମାଡ଼ ମାନେ ମହଙ୍ଗା ମାଡ଼। ହାଣ୍ଡି ଉପରେ ଠେଙ୍ଗା ମାଡ଼ କରାଗଲେ ତ ହାଣ୍ଡି ଭାଙ୍ଗି ଖପରାରେ ପରିଣତ ହେବ। ଏଠି (ଗ୍ୟାସ୍‌) ହାଣ୍ଡି ଦର ବଢୁଛି । ହାଣ୍ଡିରେ ପ୍ରସ୍ତୁତ ବିଭିନ୍ନ ବ୍ୟଞ୍ଜନ ପାଇଁ ଲୋଡ଼ା ସାମଗ୍ରୀ ଦର ବି ବେଲଗାମ ବଢ଼ିଚାଲିଛି। ସବୁଠୁ ବେଶି ମହଙ୍ଗା ମାଡ଼ ସହୁଛନ୍ତି ଗରିବଗୁରୁବା। ଚାକିରିଆଙ୍କୁ ହେଲେ ମିଳୁଛି ମହଙ୍ଗା ଭତ୍ତା । ତାଙ୍କର ନ ଥାଏ ଏତେ ଦରବୃଦ୍ଧି ଚିନ୍ତା। ତିନିଶହ ଚାରିଶହ ଟଙ୍କାର ପରିବା ବ୍ୟାଗଭର୍ତ୍ତି ହୋଇପାରୁନି। ଆଳୁ ବି ପହଞ୍ଚ ହୋଇପାରେନି କେତେକଙ୍କ ପାଇ। ବଜାରରେ ଦୋକାନୀ ଦର ଡାକୁଛନ୍ତି କେଜି ଦରରେ ନୁହେଁ, ପାଏ ହିସାବରେ। ପାଏ କୋଡ଼ିଏ ପଚିଶ କହିଲେ ଗ୍ରହଣୀୟ ହୁଏ। କେଜି ଅଶୀ ଶହେ କହିଲେ ମନରେ ଛନକା ପଶେ। ଯଦିଚ ପାଏକୁ କୋଡ଼ିଏ ଯାହା, କେଜିକୁ ଅଶୀ ଦର ତାହା । ଖାଲି କେଜି ଦରକୁ ମନ ଛୁଏଁନି, ପାଏକୁ ଛୁଏଁ ଗ୍ରହଣ କରେ । ଯେମିତି ବାଟା କମ୍ପାନୀ ଚପଲ ଦର ରଖେ ୯୯,୧୯୯,୨୯୯,୩୯୯,୪୯୯ ଟଙ୍କା। ଶହେ ଓ ଅନେଶତ ଭିତରେ ବିଶେଷ କିଛି ଫରକ ଅଛି ନା ଏବେ ନିକିତି ତଉଲା ଜୀବନ ପାଏକୁ ଖସି ଆସିଛି ପ୍ରାୟତଃ ତଳତଳିଆ ନ ଥିଲାବାଲାଙ୍କ ପାଇ। ବରଂ ବଡ଼ ବଡ଼ ଥିଲାବାଲାଙ୍କ ପାଇଁ କେଜି ଅଛୁଆଁ ହୁଏନି। ଜାଳେଣି ଗ୍ୟାସ ହାଣ୍ଡି ଦର କମୁନାହିଁ । ଏମିତି ବିଭିନ୍ନ ହାଣ୍ଡି ଯଥା ରୋଷେଇ ହାଣ୍ଡି, ଗ୍ୟାସ୍‌ ହାଣ୍ଡି, ଗାଡ଼ିର ଇଞ୍ଜିନ ହାଣ୍ଡି ଉପରେ ମହଙ୍ଗା ମାଡ଼ ବଢ଼ିଚାଲିଛି ସିନା କମିବାର ନାଁ ନାହିଁ ।
ବଉଦରାଜ, ଜି. ବୌଦ୍ଧ
ମୋ:୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri