ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼, ଏମିତି କହିଲେ ଭାଜପା ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୧୨।୮: ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପାଇଁ ରାଜ୍ୟରେ ହାଇ ଆଲର୍ଟ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅନୁପ୍ରବେଶକାରୀଙ୍କ ଉପରେ ନଜର ରଖାଯାଇଛ। ଜଳ ଓ ସ୍ଥଳପଥ ଉପରେ ନଜର ରହିଛି। ପୋଲିସ ଓ କୋଷ୍ଟଗାର୍ଡକୁ ଆଲର୍ଟ କରାଯାଇଛି। ଅନ୍ୟପକ୍ଷେ ବାଂଲାଦେଶୀ ନାଁରେ ପଶ୍ଚିମବଙ୍ଗ ଲୋକଙ୍କୁ ମାଡ଼ ହେଉଥିବା ଚର୍ଚ୍ଚାକୁ ନେଇ ସେ କହିଛନ୍ତି କାହା ଉପରେ ଅନ୍ୟାୟ ହେବ ନାହିଁ, ସେଥିପ୍ରତି ନଜର ରହିଛି।

Share