ବିଳମ୍ବରେ ପହଞ୍ଚତ୍ବାରୁ ପୋଲିସକୁ ମାଡ଼

ସୋନପୁର/ବିନିକା,୧୭।୧୦(ମୃତ୍ୟୁଞ୍ଜୟ ଶତପଥୀ/ ରାମଗୋପାଳ ବାଘ): ଚୋରି ଅଭିଯୋଗରେ ୩ ନାବାଳକଙ୍କୁ ଗ୍ରାମବାସୀ ମଙ୍ଗଳବାର ରାତି ସାରା କ୍ଲବ୍‌ ଘରେ ରଖିଲେ। ସୂଚନା ପାଇ ବୁଧବାର ପୋଲିସ ଅଭିଯୁକ୍ତମାନଙ୍କୁ ନିଜ ହେପାଜତକୁ ଆଣିବା ସମୟରେ ତୁମୁଳକାଣ୍ଡ ଘଟିଛି। ବିଳମ୍ବରେ ପୋଲିସ ପହଞ୍ଚତ୍ବାରୁ ଉତ୍ତ୍ୟକ୍ତ ଗ୍ରାମବାସୀ ପୋଲିସ ଟିମ୍‌କୁ ମାଡ଼ ମାରିବା ସହ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଛନ୍ତି। ସୁବର୍ଣ୍ଣପୁର ଜିଲା ବିନିକା ଥାନା ପାପି(ଆନନ୍ଦନଗର)ରେ ଏହି ଘଟଣା ଘଟିଛି। ଆନନ୍ଦନଗର ଅଞ୍ଚଳର କେତେଜଣ ଚାଷୀ ମଙ୍ଗଳବାର ରାତିରେ ସିଂଘିଯୁବା-ଖଇରମାଳ ରାସ୍ତା ପାର୍ଶ୍ୱ ଧାନବିଲରେ ପାଣି ମଡ଼ାଉଥିଲେ। ଏହି ସମୟରେ ଚାଷକାମରେ ନିୟୋଜିତ ଜଣେ ଚାଷୀଙ୍କ ନିକଟରୁ ରାମପୁର ଥାନା ଅଞ୍ଚଳର ୩ଜଣ ନାବାଳକ ମୋବାଇଲ ଓ ବାଇକ୍‌ ଲୁଟ୍‌ ଉଦ୍ୟମ କରିଥିଲେ। ସମ୍ପୃକ୍ତ ଚାଷୀ ପାଟି କରିବାରୁ ନିକଟରେ ଥିବା ଅନ୍ୟ ଚାଷୀମାନେ ଦୌଡ଼ି ଆସିଥିଲେ। ଫଳରେ ଅଭିଯୁକ୍ତମାନେ ଭୟରେ ଆନନ୍ଦନଗର କ୍ଲବ୍‌ ଘରେ ଲୁଚିଯାଇଥିଲେ। ସେମାନଙ୍କୁ ଚାଷୀ ଓ ଗ୍ରାମବାସୀ କାବୁକରିବା ସହ କ୍ଲବ୍‌ ଘରେ ତାଲା ପକାଇ ବିନିକା ଥାନା ପୋଲିସକୁ ଖବର ଦେଇଥିଲେ। କିନ୍ତୁ ପୋଲିସ ରାତିରେ ଘଟଣାସ୍ଥଳକୁ ନ ଯାଇ ବୁଧବାର ସକାଳେ ଯାଇଥିଲା। ପୋଲିସ ବିଳମ୍ବରେ ପହଞ୍ଚତ୍ ଲୁଟେରାମାନଙ୍କୁ ନିଜ ହେପାଜତକୁ ନେବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ବିରୋଧ କରିଥିଲେ। ଘଟଣାସ୍ଥଳର ସ୍ଥିତି ଦେଖି ବିନିକା ପୋଲିସ ରାମପୁର ପୋଲିସର ସହାୟତା ନେବା ସହ କ୍ଲବଘର ସମ୍ମୁଖରେ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରିଥିଲା। ଗ୍ରାମବାସୀଙ୍କ ସହ ଆଲୋଚନା ଚାଲିଥିବା ବେଳେ ପୋଲିସ ଅଭିଯୁକ୍ତମାନଙ୍କୁ କ୍ଳବ୍‌ ଘରୁ ବାହାର କରିଥିଲେ। ଏଥିରେ ଗ୍ରାମବାସୀ ଉତ୍ତେଜିତ ହୋଇ ଅଭିଯୁକ୍ତଙ୍କ ସମେତ ପୋଲିସ ଟିମ୍‌ ଉପରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ଏସ୍‌ଆଇ ସୁଜାତା ବୁଡେକ୍‌, ଏଏସ୍‌ଆଇ ତ୍ରିନାଥ ସାହୁ ଓ କନ୍‌ଷ୍ଟେବଲ ଗୋପୀନାଥ ସାହୁ ଆହତ ହୋଇଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣରେ ପୋଲିସ ଗାଡ଼ି ମଧ୍ୟ ଭାଙ୍ଗିଛି। ଏପରିକି ଲୋକେ ପୋଲିସ ଗାଡ଼ିର ଟାୟାରରୁ ପ୍ରେସର ଖୋଲି ଦେଇଥିଲେ। ପରେ ଅଧିକ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ବା ପରେ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ଆଣିବାରେ ସକ୍ଷମ ହୋଇଛନ୍ତି।

ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବିନିକା ଥାନାରେ ରଖି ପଚରାଉଚରା କରାଯାଇଥିଲା। ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ କ୍ରମେ ୩ ନାବାଳକଙ୍କ ନାମରେ ମାମଲା ରୁଜୁ ହୋଇଛି। ସେହିପରି ପୋଲିସ ଉପରେ ଆକ୍ରମଣ ଓ ଗାଡ଼ି ଭଙ୍ଗାରୁଜା ଅଭିଯୋଗରେ ଏସ୍‌ଆଇ ସୁଜାତା ବୁଡେକ୍‌ଙ୍କ ଲିଖିତ ଅଭିଯୋଗକ୍ରମେ ଗ୍ରାମର କେତେଜଣଙ୍କ ନାମରେ ଅନ୍ୟ ଏକ ମାମଲା(୩୫୭/୨୪)ରୁଜୁ ହୋଇଛି। ଏହି ଘଟଣାରେ ବିନିକା ପୋଲିସ ମୋଟ ୨୨ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଅନ୍ୟପକ୍ଷେ ସିଂଘିଯୁବା, ପାପି ଓ ଆନନ୍ଦନଗର ଅଞ୍ଚଳର ଶତାଧିକ ଲୋକ ବିନିକା ଥାନା ସମ୍ମୁଖରେ ଏକାଠି ହୋଇଛନ୍ତି। ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଥାନାରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ସୁବର୍ଣ୍ଣପୁର ଏସ୍‌ପି ରାମପ୍ରସାଦ ସାହୁ, ସୋନପୁର ଏସ୍‌ଡିପିଓ ପ୍ରତାପ ତ୍ରିପାଠୀ ଓ ଆଇଆଇସି ସାରଙ୍ଗଧର ପାଣିଗ୍ରାହୀ ପୋଲିସ ଟିମ୍‌କୁ ନେଇ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri