ପୋଲିସକୁ ପିଟିଥିଲେ: ଏବେ ଗିରଫ ଭୟରେ…

ନୂଆପଡ଼ା,୨୧।୭ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ମିଛାପାଳି ପଞ୍ଚାୟତ ବରକୋଟ ଗାଁରେ ଶୁକ୍ରବାର ରାତ୍ରିରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ପୋଲିସ ଗାଁର ୧୬ଜଣଙ୍କ ନାମରେ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଆଣି ଥାନାରେ ଅଟକ ରଖି ପଚାରାଉଚରା କରୁଛି। ଗିରଫ ଭୟରେ ଗାଁ ଜନଶୂନ୍ୟ ହୋଇପଡିଛି। ମାମଲା ରୁଜୁ ହୋଇଥିବା ଅଭିଯୁକ୍ତମାନେ ହେଲେ ମନୋଜ ସାହୁ, ଜୟରାମ ସାହୁ, ଗଣ୍ଡାରାମ ସାହୁ, ଯଦୁମଣି ସାହୁ, କେଶବ ସାହୁ, ରିଙ୍କୁ ସାହୁ, ଧର୍ମେନ୍ଦ୍ର ସାହୁ, ବିକୁ ସାହୁ, ଆକାଶ ସାହୁ, ସୌମ୍ୟ ରଞ୍ଜନ ସାହୁ, କଲ୍ୟାଣୀ ସାହୁ, ମଞ୍ଜୁଲତା ସାହୁ, ଗୋଲାପ ସାହୁ, କାନ୍ତି ସାହୁ, ରଜନୀ ସାହୁ ଓ ସୁଜାତା ସାହୁ।
ସୂଚନା ଅନୁସାରେ ମେ’ ୩୦ରେ ବରକୋଟ ଗାଁରେ ବିଦ୍ୟୁତ୍‌ କାଟକୁ ନେଇ ଗାଁ ଲୋକେ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ୩ ଘଣ୍ଟା ଖରାରେ ବସାଇଥିଲେ। ଏ ନେଇ ବିଦ୍ୟୁତ୍‌ କର୍ମଚାରୀ ଗାଁର କେତେଜଣ ବ୍ୟକ୍ତିଙ୍କ ନାମରେ କୋମନା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ କରି ପୋଲିସ ଗ୍ରାମର ଅଶୋକ ସାହୁଙ୍କ ନାମରେ ମାମଲା ରୁଜୁ କରିଥିଲା। ଗିରଫ ଭୟରେ ଅଶୋକ ଫେରାର ଥିଲେ। ସେ ଘରକୁ ଆସିଥିବା ଖବର ପାଇ ପୋଲିସ ଟିମ୍‌ ଶୁକ୍ରବାର ରାତ୍ରିରେ ତାଙ୍କୁ ଗିରଫ କରିବାକୁ ଯାଇ ପରିବାର ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ଏଥିରେ ଜଣେ ଏସ୍‌ଆଇ,ଏଏସ୍‌ଆଇ ଓ ୬ ଜଣ କନଷ୍ଟେବଳ ଆହତ ହୋଇଥିଲେ। ଏହି ଘଟଣା ପରେ ଶନିବାର ନୂଆପଡା ଏସ୍‌ପି ଗୁନ୍ଦାଳା ରେଡ୍ଡୀ ରାଘବେନ୍ଦ୍ର ଅନ୍ୟ ପୋଲିସ ଅଧିକାରୀଙ୍କ ସହ ବରକୋଟ ଗାଁକୁ ଯାଇ ସରଜମିନ ତଦନ୍ତ କରି ଫେରିଛନ୍ତି। ଗିରଫ ଭୟରେ ଗାଁ ଜନଶୂନ୍ୟ ହୋଇପଡିଛି। ଅଭିଯୁକ୍ତମାନେ ଫେରାର ହୋଇଯାଇଥିବାରୁ କାହାରିକୁ ଗିରଫ କରାଯାଇ ନାହିଁ। ପୋଲିସ ଜଣେ ଯୁବତୀ, ଜଣେ ବିଧବା ମହିଳା ଓ ଅନ୍ୟ ଜଣେ ବୃଦ୍ଧାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ପୋଲିସ ଉପରେ ଅତର୍କିତ ଆକ୍ରମଣ ଓ ପୋଲିସ ଗାଡି ଭାଙ୍ଗି ଥିବାରୁ ପୋଲିସ ନିଜଆଡୁ ଏକ ମାମଲା (ନଂ.୧୩୫/୨୪) ରୁଜୁକରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଜାରି ରଖିଛି।
ଏ ସମ୍ପର୍କରେ କୋମନା ଥାନା ଅଧିକାରୀ ସୁମନ୍ତ ନାଏକଙ୍କୁ ପଚାରିବାରୁ ୧୬ ଜଣଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କହିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଇନ୍ଦ୍ରମଣି ବେହେରାଙ୍କୁ ପଚାରିବାରୁ ଶୁକ୍ରବାର ରାତ୍ରିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ କୋମନା ପୋଲିସ ଟିମ୍‌ ବରକୋଟ ଗାଁକୁ ଯାଇଥିଲା। ସେ ସମୟରେ ପୋଲିସ ଉପରେ ଆକ୍ରମଣ ହୋଇଥିଲା। ସେଥିରେ ୮ ଜଣ କର୍ମଚାରୀ ଆହତ ହୋଇଥିଲେ। ଏହାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ବହୁତ ଶୀଘ୍ର ଧରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri