କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ଏ ସମ୍ପର୍କରେ ପୋଲିସ ଜାଣିପାରି ତୁରନ୍ତ ଗାଁରେ ପହଞ୍ଚି ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି। ଏଭଳି ଘଟଣା ମାଲକାନଗିରି ଜିଲା ଏମ୍‌ଭି ୭୯ ଥାନା ପଡିଆ ବ୍ଲକ କାଲଧାପଲ୍ଲୀ ପଞ୍ଚାୟତ ତାଙ୍ଗୁଡ଼କୋଣ୍ଡା ଗ୍ରାମରେ ରବିବାର ଦେଖିବାକୁ ମିଳିଛି। ମାଡ଼ ଖାଇଥିବା ଯୁବକ ହେଲେ ଚେନସା ମାଢ଼ି (୩୫)।
ଚେନସାଙ୍କ କହିବା ଅନୁଯାୟୀ, କିଛିଦିନ ତଳେ ଗ୍ରାମବାସୀଙ୍କୁ ସ୍ବପ୍ନ ହୋଇଥିଲା ଯେ, ସେ ଗୁଣିଗାରେଡ଼ି କରୁଛନ୍ତି। ଏହାକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ ବସିଥିଲା। ସେଠାରେ ତାଙ୍କୁ ମାଡ଼ ମରାଯିବା ସହ ବେକରେ ରସି ଲଗାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରାଯାଇଥିଲା। ପରେ ତାଙ୍କୁ ଗ୍ରାମର କେତେକ ଯୁବକ ନଦୀକୂଳକୁ ନେଇ ନିସ୍ତୁକ ମାଡ଼ ମାରି ଗୁରୁତର ଅବସ୍ଥାରେ ଘରେ ଆଣି ପକାଇ ଦେଇଥିଲେ। ଯଦି ଥାନା କିମ୍ବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବ, ତେବେ ପରିବାରର ସମସ୍ତଙ୍କୁ ଜୀବନରୁ ମାରିଦେବୁ ବୋଲି ଚେତାବନୀ ଦେଇଥିଲେ ।

ଘଟଣା ପରେ ପରିବାର ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଗୁଣିଗାରେଡି ସନ୍ଦେହରେ ଗ୍ରାମର କେତେକ ଯୁବକ ନିସ୍ତୁକ ମାଡ଼ ମାରିଥିବା ଖବର ଏମ୍‌ଭି ୭୯ ପୋଲିସ ଜାଣିପାରି ଗ୍ରାମରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିିତ୍ସା କରିଥିବା ଜଣାପଡିଛି । ଏହାକୁ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ l

ଏ ସମ୍ପର୍କରେ ଥାନା ଅଧିକାରୀ ସୁବାସ କର୍କରାଙ୍କୁ ପଚାରିବାରୁ ଖବର ଜାଣିବା ପରେ ତୁରନ୍ତ ପଡିଆ ଥାନାକୁ ଘଟଣା ସମ୍ପର୍କରେ ଜଣାଇବା ସହ ପୋଲିସ ଟିମ୍‌ ଗାଁରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଛି। ବର୍ତ୍ତମାନ ଚେନସା ସୁସ୍ଥ ଅଛନ୍ତି। ଏ ପର୍ଯ୍ୟନ୍ତ ସେ କିମ୍ବା ତାଙ୍କ ପରିବାର ତରଫରୁ ଥାନାରେ କୌଣସି ଅଭିଯୋଗ କରି ନାହାନ୍ତି। ପୋଲିସ ପକ୍ଷରୁ ଗ୍ରାମର ମୁଖିଆଙ୍କୁ ଡକାଯାଇଛି। ପଚରାଉଚରା ପରେ ସମ୍ପୂର୍ଣ୍ଣ ଘଟଣା ଜଣାପଡିବ। ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ କର୍କରା କହିଛନ୍ତି l


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri