ବୁଥ୍‌ ବାହାରେ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ମାଡ଼: ଧସ୍ତାଧସ୍ତି ବେଳର ଭିଡିଓ ଭାଇରାଲ

ଝରିଗାଁ,୧୩।୫(ସଦାଶିବ ପ୍ରହରାଜ/କିଶୋର ଚନ୍ଦ୍ର ମଣ୍ଡଳ): ଅବାଧ, ମୁକ୍ତ, ନିରପେକ୍ଷ ଏବଂ ସୁରକ୍ଷାର ସହ ମତଦାନ ସବ୍ୟସ୍ତ କରିବା ପାଇଁ ସମସ୍ତ ବ୍ୟବସ୍ଥା ଚାଲିଛି। ଝରିଗାଁ ବ୍ଲକ ବାଣୁଆଗୁଡା ପଞ୍ଚାୟତ ଅନ୍ତର୍ଗତ ଦେଉଳକୋଣା (ବୁଥ ନମ୍ବର ୨୦୪) ବୁଥରେ ମତଦାନ ଚାଲିଥିବାବେଳେ ଅପରାହ୍ନ ପ୍ରାୟ ୧ଟା ୪୫ମି. ବେଳକୁ ଝରିଗାଁ ଭାଜପା ପ୍ରାର୍ଥୀ ନରସିଂହ ଭତ୍ରା ଏବଂ ତାଙ୍କର ଜଣେ ସହ କର୍ମୀ ବୁଥରେ କେମିତି କଣ ମତଦାନ ଚାଲିଛି ତାହା ବୁଝିବାକୁ ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମର କିଛି ଯୁବକମାନେ ତାଙ୍କୁ ବିରୋଧ କରି ବୁଥ ମଧ୍ୟରୁ ତାଙ୍କୁ ବାହାରକୁ ଟାଣି ଧସ୍ତାଧସ୍ତି କରି ଚାପୁଡା ମାରିଥିଲେ। ଏପରିକି ସେଠାରେ ଉପସ୍ଥିତ ଥିବା ବିଜେଡ଼ି କର୍ମୀ ଭାଜପାର ବିଧାୟକ ପ୍ରାର୍ଥୀଙ୍କୁ ସୁରକ୍ଷା ଦେଇଥିଲେ। ଖବର ପାଇ ଝରିଗାଁ ଥାନା ଅଧିକାରୀ ତପନ କୁମାର ପତି ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ସେଠାରୁ ଭାଜପା ବିଧାୟକ ପ୍ରାର୍ଥୀଙ୍କୁ ଉଦ୍ଧାର କରି ଝରିଗାଁ ଆଣିଥିଲେ। ଏହି ଘଟଣାର ଏକ ଭିଡିଓ ଭାଇରଲ ହେବାରେ ଲାଗିଛି।

Share