ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼

ନୟାଗଡ଼,୨୪।୭(ଲୋକନାଥ ମିଶ୍ର): ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ପ୍ରାର୍ଥନା କ୍ଲାସରେ ଦଳିତ ଛାତ୍ରୀଛାତ୍ରଙ୍କୁ ମାଡ଼। ଏଥିରେ ନୟାଗଡ଼ ବ୍ଲକ ମାଛିପଡା ଚନ୍ଦ୍ରଶେଖର ସରକାରୀ ପ୍ରାଥମିକ ପ୍ରାଥମିକ ବିଦ୍ୟାଳୟ ଓ ଶ୍ୟାମ ବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୦ ଜଣ ଦଳିତ ଛାତ୍ର ଆହତ ହୋଇଛନ୍ତି। ଏ ଘଟଣା ପରେ ମାଛିପଡାରେ ଉତ୍ତେଜନା ପ୍ରକାଶ ପାଇଛି। ଆହତ ଛାତ୍ରମାନେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ଫେରିଛନ୍ତି। ଖବରପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରଧାନଶିକ୍ଷକ ଓ ସଂସ୍କୃତ ଶିକ୍ଷକ ଛାତ୍ରଙ୍କୁ ନେଇ ମାରପିଟ କରିଥିବା ଅଭିଯୋଗ ହୋଇଛି। ତେବେ ଗଣ୍ଡଗୋଳ ଓ ଛୁଆଁ ଅଛୁଆଁ ଭେଦଦ୍ଭାବକୁ ନେଇ ମାରପିଟ ଘଟଣାକୁ ପ୍ରଧାନଶିକ୍ଷକ ଅସ୍ବୀକାର କରିଛନ୍ତି।