Categories: ଜାତୀୟ

ବାଇକ୍‌ ଆରୋହୀଙ୍କୁ ପିଟି ମାରିଦେଲେ

ଜୟପୁର,୧ା୧୦: ରାଜସ୍ଥାନର ଜୟପୁରରେ ଦୁଇଟି ମୋଟରସାଇକେଲ ମଧ୍ୟରେ ଧକ୍କାରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଦୁର୍ଘଟଣା ପରେ କେତେଜଣ ଲୋକ ଜଣେ ବାଇକ୍‌ ଆରୋହୀଙ୍କୁ ପିଟି ମାରିଦେଇଥିଲେ। ଏହାକୁ ନେଇ ଜୟପୁରର ରାମଗଞ୍ଜ ଓ ପାଖ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଖବର ଅନୁଯାୟୀ ସୁଭାଷ ଚୌକଠାରେ ଶୁକ୍ରବାର ରାତିରେ ଦୁଇଟି ବାଇକ୍‌ ମଧ୍ୟରେ ଧକ୍କା ହୋଇଥିଲା। ଜଣେ ବାଇକ୍‌ ଆରୋହୀ ତାଙ୍କର କେତେଜଣ ସମର୍ଥକଙ୍କୁ ନେଇ ଇକ୍‌ବାଲ ନାମକ ଅନ୍ୟ ଜଣେ ଆରୋହୀଙ୍କ ଉପରେ ଆକ୍ରମଣ କରିଥିଲେ। ଇକ୍‌ବାଲଙ୍କୁ ସଙ୍ଗେ ସଙ୍ଗେ ଏସ୍‌ଏମ୍‌ଏସ୍‌ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୁସଲମାନ ବହୁଳ ଉକ୍ତ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବାରୁ ଦୋକାନ ବଜାର ବନ୍ଦ ରହିଛି। ଆକ୍ରମଣକାରୀ ଗୋଷ୍ଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଏକାଠି ହୋଇଛନ୍ତି।

Share