Categories: ଜାତୀୟ

ଜୟ ଶ୍ରୀରାମ କହିବାରୁ ପିଟି ମାରିଦେଲେ

କୁଶୀନଗର, ୨୮ା୩: ଉତ୍ତରପ୍ରଦେଶର କୁଶୀନଗର ଜିଲାରେ ଜଣେ ଭାଜପା ସମର୍ଥକ ମୁସଲମାନ ଯୁବକ ଜୟ ଶ୍ରୀରାମ କହିବାରୁ ତାଙ୍କୁ ପଡ଼ୋଶୀମାନେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ବବୁର(୨୦) ରାମକୋଲା ଥାନା କାଠଗ୍ରାହି ଗ୍ରାମର ବାସିନ୍ଦା। ସୂଚନା ଅନୁସାରେ, ୟୁପି ନିର୍ବାଚନରେ ଭାଜପାର ବିଜୟ ଉତ୍ସବ ପାଳନରେ ସେ ସାମିଲ ହେବା ସହ ମିଠା ବାଣ୍ଟିଥିଲେ। ଗତ ୨୦ ତାରିଖରେ ସେ ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଜୟ ଶ୍ରୀରାମ ନାରା ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପଡ଼ୋଶୀମାନେ ତାଙ୍କୁ ମାଡ଼ ମାରିଥିଲେ ସ୍ତ୍ରୀ ଫତିମା କହିଛନ୍ତି। ଗୁରୁତର ଅବସ୍ଥାରେ ବବୁରଙ୍କୁ ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ତଦନ୍ତ ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଡିଏମ୍‌ ବରୁଣ କୁମାର ପାଣ୍ଡେ କହିଛନ୍ତି।

Share