Categories: ଜାତୀୟ

ଭାଜପାକୁ ଭୋଟ ଦେଇ ମାଡ଼ ଖାଇଥିବା ମହିଳାଙ୍କୁ ଭେଟିଲେ ଶିବରାଜ

ଭୋପାଳ,୯।୧୨: ମଧ୍ୟପ୍ରଦେଶରେ ଚମତ୍କାର ବିଜୟ ହାସଲ କରିଥିବା ଭାଜପା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚୟନକୁ ନେଇ ଦ୍ବନ୍ଦରେ ରହିଛି। ଏହି ଦୌଡ଼ରେ ଅନେକ ନାମ ଉପରେ ଆଲୋଚନା ହେଉଛି। ଏହି ପଦ ପାଇଁ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ମଧ୍ୟରେ ଶିବରାଜ ସିଂ ମଧ୍ୟ ରହିଛନ୍ତି। ଏବେ ସେ ଲୋକମାନଙ୍କ ନିକଟକୁ ଯାଉଛନ୍ତି ଏବଂ ସେମାନଙ୍କୁ ଏକ ବଡ଼ ବିଜୟ ପାଇଁ ଅଭିନନ୍ଦନ ଜଣାଉଛନ୍ତି। ଏହାରି ମଧ୍ୟରେ ଜଣେ ମୁସଲମାନ ମହିଳାଙ୍କୁ ସେ ଭେଟିଥିଲେ ଯିଏ ଭାଜପାକୁ ଭୋଟ୍ ଦେଇ, ନିଜେ ସମସ୍ୟାରେ ପଡିଛନ୍ତି।

ସୂଚନାଯୋଗ୍ୟ, ‘ସାମିନା ବି’ ନାମକ ଜଣେ ମହିଳା ନିଜ ପିଲାମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ନିବାସରେ ପହଞ୍ଚିଥିଲେ। ତାଙ୍କୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଡାକିଥିବା ସୂଚନା ମିଳିଛି। ଏହାର କାରଣ ହେଉଛି, ସେହୋର ଜିଲ୍ଲାର ବାରଖଡା ହାସନ ଗାଁର ଜଣେ ମୁସଲମାନ ମହିଳାଙ୍କୁ ଭାଜପାକୁ ଭୋଟ୍ ଦେବା ପାଇଁ ଆକ୍ରମଣ କରାଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ପାଇଥିଲା। ଏହା ପରେ ଶିବରାଜ ସମିନା ବି’ଙ୍କୁ ମୁଖ୍ୟମନ୍ତ୍ରୀ ବାସଭବନକୁ ଡାକି ତାଙ୍କ ଅବସ୍ଥା ବିଷୟରେ ପଚାରି ବୁଝିଥିଲେ, ଏବଂ ତାଙ୍କୁ ସୁରକ୍ଷା ନିଶ୍ଚିତ କରିଥିଲେ।

ଏହାପରେ ପରେ ଶିବରାଜ କହିଛନ୍ତି ଯେ, ”ଏକ ଶକ୍ତିଶାଳୀ ଗଣତନ୍ତ୍ର ପାଇଁ ଭାଜପାକୁ ଭୋଟ୍ ଦେଇଥିବାରୁ ମୋର ଜଣେ ଭଉଣୀଙ୍କୁ ତାଙ୍କ ପରିବାର ଦ୍ୱାରା ନିର୍ଯ୍ୟାତନା ଦିଆଯାଉଛି। ଏ ବାବଦରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହା ସହିତ ପୀଡିତା ଭଉଣୀକୁ ସମ୍ପୂର୍ଣ୍ଣ ସୁରକ୍ଷା ଏବଂ ଆର୍ଥିକ ସହାୟତା ଦିଆଯିବ।” ସେ ଏହା ମଧ୍ୟ କହିଛନ୍ତି ମୋ ଭଉଣୀ, କୌଣସି ବିଷୟରେ ଚିନ୍ତା କର ନାହିଁ, ତୁମର ଭାଇ ସବୁବେଳେ ତୁମ ସହିତ ରହିଛି।”

Share