ଅହମଦାବାଦ, ୫।୧୨: ଅନୁସୂଚିତ ଜାତିର ଜଣେ ଯୁବକ ଉଚ୍ଚଜାତିର ସାଂଜ୍ଞା ରଖିଥିବାରୁ ତାଙ୍କୁ ନିସ୍ତୁକ ମାଡ଼ ହୋଇଛି। ଏନେଇ ଗୁଜରାଟ ସାନନ୍ଦ ଜିଆଇଡିସି ଥାନାରେ ଏତଲା ହୋଇଛି। ଅଟୋମୋବାଇଲ ପାଟର୍ସ କାରଖାନାରେ କାମ କରୁଥିବା ଭରତ ଯାଦବ କ୍ଷତ୍ରିୟ ବା ଦର୍ବାର ସମ୍ପ୍ରଦାୟର ସାଂଜ୍ଞା ରଖିଥିଲେ। ଏଥିପାଇଁ ନରେନ୍ଦ୍ର ରାଜପୁତ୍ ନାମକ ଜଣେ କର୍ମଚାରୀ ତାଙ୍କ ସହ ବଚସା କରିବା ସହ ମାଡ଼ ମାରିଥିଲେ।