ରାସ୍ତାକୁ କେନ୍ଦ୍ର କରି ଗଣ୍ଡଗୋଳ

କୁଆମରା,୭।୧୦ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅନ୍ତର୍ଗତ କୁଆମରା ଗ୍ରାମର ରାସ୍ତା ଓ ପାଣି ଯାତାୟାତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଥାନାରେ ଉଭୟ ପକ୍ଷଙ୍କ ଅଭିଯୋଗ ଆଧାରେ ପୋଲିସ ପୃଥକ ମାମଲା ରୁଜୁ କରିଛି।
ସୂଚନା ମୁତାବକ, ଗ୍ରାମର ମୁଖ୍ୟ ରାସ୍ତାରୁ ଅଦୈତ ପଣ୍ଡା ଏବଂ ମନ୍ମଥ ଦାସଙ୍କ ଘରକୁ ଏକ ରାସ୍ତା ସଂଯୋଗ କରିଛି। ଉକ୍ତ ରାସ୍ତା ସଙ୍କୀର୍ଣ୍ଣ ହେବା ଓ ପାଣି ଯାଆସ କରୁଥିବା ନେଇ ଦୀର୍ଘ ଦିନ ଧରି ପରସ୍ପରଙ୍କ ମନମାଳିନ ହେଉଥିଲା। ଶୁକ୍ରବାର ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଉଭୟଙ୍କ ଥାନାରେ ଅଭିଯୋଗ କ୍ରମେ ୨୭୦ ଓ ୨୭୧/୨୨ ରେ ପରସ୍ପର ବିରୋଧରେ ପୃଥକ ମାମଲା ରୁଜୁ ହୋଇଛି। ଘଟଣାକୁ ନେଇ ଫାଣ୍ଡି ଅଧିକାରୀ ବିବି ସ୍ବାଇଁ ତଦନ୍ତ ଜାରି ରଖିଛନ୍ତି।