ଶୋଭାପାଇବ ଲୋଧିଫୋର୍ଟ

ପୁରୁଣା ଭୁବନେଶ୍ୱର, ୧୯ା୯(ଡି.ଏନ୍‌.ଏ.):ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଗଲାଣି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି ପ୍ରତିଯୋଗିତା। ଏହିକ୍ରମରେ ବାଙ୍କୁଆଳ ଦୁର୍ଗାପୂଜା ସମିତି ପକ୍ଷରୁ ତୋରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଏଥର ପଞ୍ଜାବର ଲୋଧିଫୋର୍ଟ ଆକୃତିର ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ କୋଲକାତାର ନିର୍ମଳ ମଣ୍ଡଳ ଏବଂ ୧୫ଜଣ କୁଶଳୀ କାରିଗର ନିୟୋଜିତ ହୋଇଛନ୍ତି। ତୋରଣର ଉଚ୍ଚତା ୭୦ଫୁଟ ଏବଂ ୫୦ ଫୁଟ ଓସାର ରହିଛି। ସେହଭଳି ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୨ ଫୁଟ ରହିବ। କୋଲକାତାର ଟୁକୁନୁ ଚଟ୍ଟୋପଧ୍ୟାୟ ମୂର୍ତ୍ତି ନିର୍ମାଣ କରୁଛନ୍ତି। ମୂର୍ତ୍ତିରେ ପ୍ରତ୍ୟେକ ବର୍ଷଭଳି ଏଥର ମଧ୍ୟ ହରବାଲ ରଙ୍ଗ ବ୍ୟବହାର କରାଯିବ। ଦଶମୀ ଦିନ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ କରିବା ସହ ରାବଣପୋଡ଼ି ଦେଖିଥାନ୍ତି। ଏଥର ପୂଜାରେ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସମିତି ପକ୍ଷରୁ ଆକଳନ କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ପୋଲିସ ପ୍ରଶାସନ ସହ ସ୍ବେଚ୍ଛାସେବୀ ନିୟୋଜିତ ହେବେ।

Share