ବିୟୁଟି କେୟାର: ଦହି ମାସ୍କ

ଦହିରେ ଲାକ୍‌ଟିକ୍‌ ଏସିଡ୍‌ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍‌ ତତ୍ତ୍ୱ ରହିଥିବାରୁ ତାହା ତ୍ୱଚା ପାଇଁ ବହୁତ ଭଲ ହୋଇଥାଏ। ତେଣୁ ଦହି ମାସ୍କ ବ୍ୟବହାର କରି ଆପଣ ସୁନ୍ଦର ଆଉ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ…
ଆପଣଙ୍କର ଶୁଷ୍କ ତ୍ୱଚା ହୋଇଥିଲେ ଆପଣ ୧ ଚାମଚ ଦହି ସହିତ୧ ଚାମଚ ମହୁ, ୧ ଚାମଚ ବେସନ ମିଶାଇ ମୁହଁରେ ଲଗାନ୍ତୁ। ୨୦ ମିନିଟ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ।

୧ ଚାମଚ ଦହି ସହିତ ୧ ଚାମଚ ଓଟ୍‌ସ ଗୁଣ୍ଡ ଓ ୧ ଚାମଚ ମହୁ ମିଶାଇ ଫେସ୍‌ ପ୍ୟାକ୍‌ ତିଆରି କରନ୍ତୁ। ଏହି ଫେସ୍‌ ପ୍ୟାକ୍‌କୁ ମୁହଁରେ ଲଗାଇ ଶୁଖିବା ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ। ଶୁଖିଗଲେ ମୁହଁକୁ ଥଣ୍ଡା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଲଗାତର ଏପରି କଲେ ତ୍ୱଚା ବେଶ୍‌ ଉଜ୍ଜ୍ୱଳ ଦେଖାଯିବ।

୧ ଚାମଚ ଦହି ସହିତ ୧ ଚାମଚ ଲେମ୍ବୁ ରସ ମିଶାଇ ମୁହଁରେ ଭଲଭାବେ ଲଗାନ୍ତୁ। ଏହାକୁ ପ୍ରାୟ ୨୦ ମିନିଟ୍‌ ପର୍ଯ୍ୟନ୍ତ ମୁହଁରେ ଲଗାଇବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହାକୁ ଲଗାତର ବ୍ୟବହାର କରିବା ଫଳରେ ତ୍ୱଚା ଅଧିକ ଉଜ୍ଜ୍ୱଳ ହେବା ସହିତ ତ୍ୱଚାରେ ଥିବା ଦାଗ ମଧ୍ୟ ଦୂର ହୋଇଥାଏ।