ଫିଲିଫାଇନ୍ସ ବିୟୁଟି କୁଇନଙ୍କୁ ଗଣବଳାତ୍କାର ପରେ ହତ୍ୟା

ମାନିଲା,୧୫।୧: ଫିଲିଫାଇନର କାକାଟି ସହରରୁ ଆସିଛି ଏକ ହୃଦୟ ବିଦାରକ ଖବର। ଜଣେ ୨୩ ବର୍ଷୀୟା ବିୟୁଟି କୁଇନ କ୍ରିଷ୍ଟାଇନ ଆଞ୍ଜେଲିକା ଡାସେରାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଗତ ସପ୍ତାହରେ ମାକାଟିସ୍ଥିତ ୪ ତାରକା ବିଶିଷ୍ଟ ହୋଟେଲ ସିଟି ଗାର୍ଡେନରେ ଏକ ରୁମର ବାଥ୍‌ଟ୍ୟୁବରେ ମିଳିଥିଲା ଆଞ୍ଜେଲିକାଙ୍କ ମୃତ ଶରୀର।

ଡାଭାଓ ସହରରେ ଜନ୍ମିତ କ୍ରିଷ୍ଟାଇନ ୟୁନିଭର୍ସିଟି ଅଫ୍‌ ଫିଲିପାଇନରେ କମ୍ୟୁନିକେଶନରେ ଡିଗ୍ରୀ ହାସଲ କରିଥିଲେ। ୨୦୧୭ ମିସ ସିଲଭା ଦାଭାଓ ରନର୍ସଅପ୍‌ ଫିଲିପାଇନ ଏୟାରଲାଇନରେ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ଭାବେ କାର୍ଯ୍ୟ କରୁଥିଲେ।

ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଗଣବଳାତ୍କାର ପରେ ଆଞ୍ଜେଲିକାଙ୍କୁ ହତ୍ୟା କରାଯାଇଛି। ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛି ପୋଲିସ। ଅନ୍ୟମାନେ ଫେରାର ଅଛନ୍ତି। ଗୁପ୍ତ ଅଙ୍ଗ ସମେତ ମୃତ ଶରୀରର ସ୍ଥାନେ ସ୍ଥାନେ ଆଘାତ ଚିହ୍ନ ରହିଛି, ଯାହା ଗଣବଳାତ୍କାରକୁ ଇଙ୍ଗିତ କରୁଛି। ତଥାପି ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି।

Share