Categories: ଖେଳ

୧୦୦ ଯୁବକଙ୍କ ସହ ଡେଟ୍‌ରେ ଗଲେଣି ଯୁବତୀ, କିନ୍ତୁ…

ସାଧାରଣତଃ ନିଜ ମତମୁତାବକ ସାଥୀ ପାଇବା ପାଇଁ ପ୍ରଥମେ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ପ୍ରେମିକା-ପ୍ରେମିକ। କିନ୍ତୁ ପୂର୍ବ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ରହିଥିବା ଏପ୍ରିଲ୍‌ ବନ୍‌ବରୀ ଏ ପର୍ଯ୍ୟନ୍ତ ୧୦୦ରୁ ଅଧିକ ଯୁବକଙ୍କ ସହ ଡେଟ୍‌ରେ ଗଲେଣି କିନ୍ତୁ ତାଙ୍କୁ ସଫଳତା ମିଳିପାରି ନାହିଁ। ଏବେ ବି ସେ ସିଙ୍ଗଲ୍‌ ଅଛନ୍ତି। ବନବରୀ ପେଶାରେ ଜେଣ ମଡେଲ ଏବଂ ଓ୍ବେଡିଂ ଡ୍ରେସ୍‌ ଡିଜାଇନର୍‌। ସେ ଅନେକ ଦମ୍ପତିଙ୍କ ପାଇଁ ବିବାହ ପୋଷାକ ପ୍ରସ୍ତୁତ କରିସାରିଲେଣି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କୁ ମନ ମୁତାବକ ସାଥୀ ମିଳିନାହିଁ। ସେ ୧୦୦ରୁ ଊର୍ଦ୍ଧ୍ୱ ଯୁବକଙ୍କୁ ଡେଟ୍‌ କଲେଣି। ବୟଫ୍ରେଣ୍ଡ୍‌ ଖୋଜିବା ପାଇଁ ସେ ଡେଟିଂ ଆପ୍‌ର ମଧ୍ୟ ସହାୟତା ନିଅନ୍ତି। ତଥାପି ତାଙ୍କୁ ଏକ ସଚ୍ଚା ପ୍ରେମିକ ମିଳିପାରୁନାହିଁ। ବନବରୀଙ୍କ ବିଶେଷତ୍ୱ ହେଉଛି ସେ ଜଣଙ୍କ ଥରେ ସୁଯୋଗ ଦିଅନ୍ତି। ସେ ଏବେ ବି ପ୍ରେମିକ ସନ୍ଧାନରେ ଅଛନ୍ତି। ବନବରୀ ୨୦୨୦ରେ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ହୋଇଥିଲେ।

 

Share