ଅଧିକ ସୁନ୍ଦରୀ ହୋଇଥିବାରୁ ପଦରୁ ଇସ୍ତଫା ଦେବାକୁ କରାଯାଉଛି ବାଧ୍ୟ

ଅଧିକ ସୁନ୍ଦରୀ ହେବା ମଧ୍ୟ ଚିନ୍ତାର କାରଣ ହୋଇପାରେ। ଏହା ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏଭଳି ଏକ ଘଟଣା ରୋମାନିଆରେ ଘଟିଛି। ରୋମାନିଆର ବିଉଟି କୁଇନ କ୍ଲାଉଡିଆ ଆର୍ଡେଲିନଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଚାପ ପକାଯାଉଛି। ଏହାର କାରଣ ତାଙ୍କ ସୁନ୍ଦରତା।

ଆଇନ ଓ ୟୁରୋପିଆନ ଏଥିକ୍ସରେ ଡିଗ୍ରୀ ହାସଲ କରିଥିବା ୨୭ ବର୍ଷୀୟ କ୍ଲାଉଡିଆ ରୋମାନିଆ ସ୍ଥିତ ନିମୋଫୋଥାଇମିଓଲୋଜି କ୍ଲିନିକ ହସ୍ପିଟାଲ ବୋର୍ଡର ଏକ ପଦରେ କାର୍ଯ୍ୟ କରୁଛନ୍ତି। ଏହି ପଦ ପାଇଁ ତାଙ୍କୁ କୌଣସି ପ୍ରକାର ଦରମା ଦିଆଯାଉ ନାହିଁ। ପଦରେ ଯୋଗଦେବାର ତୁରନ୍ତ ପରେ ସୁନ୍ଦରତା ଲାଗି ପ୍ରବଳ ସମାଲୋଚନା ସମ୍ମୁଖୀନ ହେବାକୁ ପଡ଼ିଥିଲା ତାଙ୍କୁ। ଏଥିଯୋଗୁ ବୋର୍ଡ ଅଫ୍‌ ଡିରେକ୍ଟର୍ସ କ୍ଲାଉଡିଆଙ୍କ ଠାରୁ ଦାବି କରିଥିଲେ ଇସ୍ତଫା।

ଡିରେକ୍ଟର୍ସଙ୍କ ନିଷ୍ପତ୍ତିରେ ଚିନ୍ତା ପ୍ରକଟ କରି ରୋମାନିଆ ସୁନ୍ଦରୀ କହିଛନ୍ତି, ପଦରେ ବଜାୟ ରହିବା ଲାଗି ମୋ ନିକଟରେ ଆବଶ୍ୟକୀୟ ଯୋଗ୍ୟତା ଓ ଦକ୍ଷତା ରହିଛି। ପେଶାରେ ମୁଁ ଜଣେ ଡବଲ ଡିଗ୍ରୀ ଅଧିକାରୀ ଓକିଲ। ଦୁର୍ଭାଗ୍ୟବଶତଃ ରୋମାନିଆରେ କୁସଂସ୍କାର ଚାଲିଛି। କିନ୍ତୁ ସୁନ୍ଦରତା କାରଣରୁ ଜଣଙ୍କ ପେଶା ପ୍ରଭାବିତ ହେବା ଉଚିତ ନୁହେଁ ବୋଲି କ୍ଲାଉଡିଆ କହିଛନ୍ତି।

Share