ଇଟାଲୀରେ ଛୁଟି କାଟୁଛନ୍ତି ବେବୋ

ବଲିଉଡ୍‌ର ଅଭିନେତ୍ରୀ କରୀନା କପୁର ଆଜିକାଲି ସ୍ବାମୀ ସୈଫ ଅଲି ଖାନଙ୍କ ସହ ଇଟାଲୀରେ ଛୁଟି କାଟୁଛନ୍ତି। ବେବୋ ଇନଷ୍ଟାଗ୍ରାମ ଛୁଟିଦିନର ଫଟୋ ଶେୟାର କରିଛନ୍ତି। କେବଳ କରିନା ଏବଂ ସୈଫ୍‌ ନୁହନ୍ତି, ତାଙ୍କ ନିକଟତମ ବନ୍ଧୁମାନେ ମଧ୍ୟ ସେମାନଙ୍କ ସହ ଛୁଟି କାଟୁଥିବା ଜଣାପଡିଛି। ସମସ୍ତେ ମିଶି ଏକ ହ୍ରଦ କୂଳରେ ଲଞ୍ଚ୍‌ କରୁଥିବା ଦେଖାଯାଇଛି।
ଛୁଟିରେ ଯିବା ପୂର୍ବରୁ କରୀନା ତାଙ୍କର ଆଗାମୀ ଫିଲ୍ମ ‘ଦ କ୍ରୁ’ର ପ୍ରଥମ ଶୁଟିଂ ଶେଷ କରିଛନ୍ତି। ଏହି ଫିଲ୍ମରେ ତବୁ, କ୍ରିତି ସାନନ ଏବଂ ଦିଲଜିତ୍‌ ଦୋସାଞ୍ଜ ତାଙ୍କ ସହ ଅଛନ୍ତି। ଏହି ଫିଲ୍ମ ୨୨ ମାର୍ଚ୍ଚ ୨୦୨୪ରେ ମୁକ୍ତିଲାଭ କରିବ।

Share