ବିନା ମେକ୍‌ଅପ୍‌ରେ ଫଟୋ ଶେୟାର କଲେ ବେବୋ, ମୁହଁରେ ସ୍ପଷ୍ଟ ବାରି ହେଉଛି ପ୍ରେଗ୍ନାସି ଗ୍ଲୋ

ଅଭିନେତ୍ରୀ କରୀନା କପୁର ଏବଂ ସୈଫ୍‌ ଅଲି ଖାଁଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସୁଛନ୍ତି। କରୀନା ତାଙ୍କ ଗର୍ଭାବସ୍ଥା ସମୟକୁ ଖୁବ୍‌ ଉପଭୋଗ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି। ତେବେ କରୀନା ସେହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଯିଏ ଡେଲିଭରି ପର୍ଯ୍ୟନ୍ତ କାମ କରିବାକୁ ଚାହାଁନ୍ତି। ତେବେ ସେ ମଧ୍ୟ ସକ୍ରିୟ ରହୁଛନ୍ତି ମଧ୍ୟ। ସେ ଇନଷ୍ଟାଗ୍ରାମରେ ନୋ ମେକଅପ ଲୁକ୍‌ର ଏକ ଫଟୋ ଶେୟାର କରିଛନ୍ତି।

ଫଟୋରେ କରୀନା ଶୋଇକି ସେଲ୍‌ଫି ନେଉଥିବା ନଜର ଆସିଛନ୍ତି। ଫଟୋରେ ତାଙ୍କ ମୁହଁରେ ପ୍ରେଗ୍ନାସି ଗ୍ଲୋ ଦେଖିବାକୁ ମିଳିଛି। ସେ ତାଙ୍କ କପାଳରେ ଏକ ବିନ୍ଦି ଲଗାଇଛନ୍ତି। କ୍ୟାପଶନରେ ସେ ଲେଖିଛନ୍ତି, ‘ବିନ୍ଦି ପିନ୍ଧିବାରେ କିଛି ଅଛି, ମୋତେ ଏହା ଭଲ ଲାଗେ।’। ତେବେ ବର୍ତ୍ତମାନ ତାଙ୍କର ଏହି ଫଟୋ ଭାଇରାଲ ହେଉଥିବା ବେଳେ ତାଙ୍କ ଫ୍ୟାନ୍‌ ଏଥିରେ ପ୍ରତିକ୍ରିୟା ରଖିଛନ୍ତି।

 

Share