ସିମ୍ପାଞ୍ଜି ରାଖି ହେଲା ମା’

ବାରଙ୍ଗ,୨୮।୧୨(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ଖୁସି ଖବର। ପ୍ରଥମଥର ପାଇଁ ସିମ୍ପାଞ୍ଜି ରାଖି ମା’ ହୋଇଛି। ଗତ ଜୁନ ୨ ତାରିଖରେ ରାଖିର ରକ୍ତ ପରୀକ୍ଷା କରାଯାଇ ଗର୍ଭଧାରଣ କରିଥିବା ଡାକ୍ତରମାନେ ଜାଣିବାକୁ ପାଇଥିଲେ। ସେହିଦିନଠାରୁ ରାଖି ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ ନନ୍ଦନକାନନ କର୍ତ୍ତୃପକ୍ଷ। ଜୁଲୁ ସହ ମିଳନ ଘଟି ମା’ ହେବାର ସୌଭାଗ୍ୟ ଅର୍ଜନ କରିଛି ରାଖି। ମଙ୍ଗଳବାର ରାଖି ଏକ ମାଈ ଶାବକକୁ ଜନ୍ମ ଦେବା ପରେ ସିମ୍ପାଞ୍ଜି ପରିବାର ସଂଖ୍ୟା ବୃଦ୍ଧିପାଇ ୮ରେ ପହଞ୍ଚିଛି। ସେଥିମଧ୍ୟରେ ୨ ମାଈ ଓ ୬ ଅଣ୍ଡିରା ରହିଛି। ମା ଓ ଛୁଆ ଉଭୟ ସୁସ୍ଥ ଥିବା ନନ୍ଦନକାନନ ଉପ-ନିର୍ଦ୍ଦେଶକ ଡ. ସଞ୍ଜିତ କୁମାର କହିଛନ୍ତି।

Share