ମା’ ହେଲେ ଏହି ଅଭିନେତ୍ରୀ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି।
ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଗର୍ଭଧାରଣର ବିଷୟରେ ଜଣାଇଥିଲେ। ହେଲେ ବର୍ତ୍ତମାନ ଯାଏ ଶିଶକୁ ନେଇ ମୋହିନା କି ତାଙ୍କୁ ପରିବାର ପକ୍ଷରୁ କୌଣସି ସୂଚନା ମିଳିନାହିଁ ।
ମିଡିଆ ରିପୋର୍ଟ ଅନୁଯାୟୀ, ମୋହିନା ମୁମ୍ବାଇର ଏକ ଡାକ୍ତରଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ତେବେ ଏହାକୁ ନେଇ ମୋହିନା କି ତାଙ୍କ ପରିବାର କେବେ ସ୍ପଷ୍ଟ କରିବେ ତାକୁ ନେଇ ଅପେକ୍ଷା ରହିଲା।
ମୋହିନା ୨୦୧୯ରେ ସୁୟଶ ରାୱତଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ଗ୍ଲାମର ଦୁନିଆକୁ ବିଦାୟ ଦେଇଥିଲେ ।

Share