କର୍ମଜୀବୀ ହୋଇଥିଲେ

ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ଘର ସହ ଅଫିସ୍‌ କାମ ବି ସମ୍ଭାଳିବାକୁ ହୋଇଥାଏ। ତେଣୁ ଉଭୟ କାମକୁ ଠିକ୍‌ ଭାବେ କରିବା ଲାଗି କେତେକ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ…
ମହିଳାଙ୍କ ପାଇଁ ଠିକ୍‌ ଭାବେ ଟାଇମ୍‌ ମ୍ୟାନେଜମେଣ୍ଟ କରିବା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଘର ହେଉ ଅବା ଅଫିସ୍‌ରେ କେଉଁ କାମ କେବେ କରିବେ ସେଥିପାଇଁ ଏକ ସମୟ ସୀମା ନିର୍ଦ୍ଧାରଣ କଲେ କାମ କରିବା ସହଜ ହୋଇଥାଏ।
ଯୌଥ ପରିବାରରେ ରହୁଥାନ୍ତି ତେବେ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବୁଝାମଣା ଠିକ୍‌ ରଖି କାମ ବାଣ୍ଟି ପାରିବେ। ଯେପରି ଜଣେ ପରିବା କାଟିବେ, ଜଣେ ରୋଷେଇ କରିବେ, କେହି ପିଲାଙ୍କ କଥା ବୁଝିବେ ଇତ୍ୟାଦି। ଏହାଦ୍ୱାରା ଆପଣଙ୍କ କାମ ଅପେକ୍ଷାକୃତ କମିଯିବ।
କାମ କରିବା ସମୟରେ ପରିବାର ଏବଂ ପିଲାମାନଙ୍କ ପାଇଁ ଚିନ୍ତିତ ରହିବା ଦ୍ୱାରା ଏହାର ନକାରାତ୍ମକ ପ୍ରଭାବ ଆପଣଙ୍କ କାମ ଉପରେ ପଡ଼ିଥାଏ। ତେଣୁ ଏପରି ନ ହେବା ଲାଗି ଆପଣ ଅଫିସ୍‌ କାମରେ ଏକାଗ୍ରତା ରଖନ୍ତୁ। ଲଞ୍ଚ୍‌ ବ୍ରେକ୍‌ କିମ୍ବା ଟିକିଏ ଫାଙ୍କା ସମୟ ମିଳିଲେ ଆପଣ ଘରକୁ କଲ୍‌ କରି ପିଲାଙ୍କ ହାଲଚାଲ ବୁଝିପାରିବେ।
ଫେରିବା ସମୟରେ ପିଲାଙ୍କ ପାଇଁ କିଛି ଉପହାର ଆଣିପାରିବେ। ଏହାସହ ଆପଣଙ୍କ ଅନୁପସ୍ଥିତିରେ ଘରର ସଦସ୍ୟମାନେ ପିଲାର ଯତ୍ନ ନେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣେଇବାକୁ ଭୁଲନ୍ତୁ ନାହିଁ।
ଆପଣଙ୍କ ଅଫିସ ଛୁଟି ଅଛି, ସେଦିନ ପରିବାର ସଦସ୍ୟମାନଙ୍କୁ ନେଇ ବାହାରକୁ ବୁଲିବାକୁ ଯାଆନ୍ତୁ।