ଫିଲ୍ମକୁ ସୁପରହିଟ କରିବା ପାଇଁ, ହିରୋ ହିରୋଇନ ମଧ୍ୟରେ ରୋମାନ୍ସ ସିନ ରହିବା ଜରୁରୀ। ଏପରି ସିନ ନ ଥିଲେ ଦର୍ଶକ ଫିଲ୍ମକୁ ପସନ୍ଦ କରୁ ନ ଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଯେତେବେଳେ ଷ୍ଟାରମାନେ ପରଦାରେ ରୋମାନ୍ସ କରନ୍ତି, ସେମାନଙ୍କୁ ଦେଖି, ଦର୍ଶକ ଖୁସି ହୋଇଥାନ୍ତି। ଏପରି ଅନେକ ଯୋଡି ଅଛନ୍ତି ଯେଉଁମାନଙ୍କ ରୋମାନ୍ସ ସିନ ପାଇଁ ଦର୍ଶକ ପାଗଳ। ତଥାପି, ବଲିଉଡରେ କିଛି ତାରକା ଏପରି ମଧ୍ୟ ଅଛନ୍ତି, ଯେଉଁମାଙ୍କୁ ପରଦାରେ ରୋମାନ୍ସ କରିଥିବା କେବେବି ଦେଖିବାକୁ ମିଳି ନ ଥିାଏ। ସେମାନଙ୍କ ମଧ୍ୟରୁ
ଐଶ୍ୱର୍ଯ୍ୟା ରୟ, ସଲମାନ ଖାନ୍ ଅନ୍ୟତମ। ତେବେ ଜାଣନ୍ତୁ କାହିଁକି ଏ ଦୁହିଁଙ୍କ ରୋମାନ୍ସ ସିନ ଦେଖିବାକୁ ମିଳି ନ ଥାଏ।
ଏକଦା ସଲମାନ ଏବଂ ଐଶ୍ୱର୍ଯ୍ୟାଙ୍କ ଯୋଡି ପରଦାରେ ସୁପର ହିଟ ହୋଇଥିଲା। ଏହା ସହିତ, ପରଦା ପଛରେ ମଧ୍ୟ, ଉଭୟଙ୍କ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚାକୁ ଆସିଥିଲା। ସେମାନଙ୍କ ସମ୍ପର୍କ ଅନେକ ବିବାଦ ସହିତ ଶେଷ ହୋଇଥିଲା। ଏହା ପରେ ଐଶ୍ୱର୍ଯ୍ୟା ନିଷ୍ପତ୍ତି ନେଇଥିଲେ ଯେ, ସେ ସଲମାନଙ୍କ ସହ କୌଣସି ଫିଲ୍ମରେ କାମ କରିବେ ନାହିଁ। ଏଭଳି ପରିସ୍ଥିତିରେ ସଲମାନ ଏବଂ ଐଶ୍ୱର୍ଯ୍ୟା କୌଣସି ଫିଲ୍ମରେ ରୋମାନ୍ସ ସିନ୍ ଦେଖିବାକୁ ମିଳି ନ ଥିଲା।
Posted inମନୋରଞ୍ଜନ