ଏହି କାରଣରୁ ଆତ୍ମହତ୍ୟା କରିଛନ୍ତି ଅଭିନେତ୍ରୀ ବୈଶାଳୀ

ଛୋଟ ପରଦା ଜଣାଶୁଣା ଅଭିନେତ୍ରୀ ବୈଶାଳୀ ଟକ୍କର ଆତ୍ମହତ୍ୟା କରିଛନ୍ତି। ୟେ ୟେ ରିସ୍ତା କ୍ୟା କେହଲତା ଭଳି ଲୋକପ୍ରିୟ ସିରିଏଲ୍‌ରେ ଅଭିନୟର ଯାଦୁ ଦେଖାଇଥିବା ବୈଶାଳୀଙ୍କ ଆତ୍ମହତ୍ୟା ଖବର ସମସ୍ତଙ୍କୁ ଚକିତ କରିଛି। ସେ କାହିଁକି ଆତ୍ମହତ୍ୟା କଲେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ତାଙ୍କ ଆତ୍ମହତ୍ୟାକୁ ନେଥ ଇନ୍ଦୋର ପୋଲିସକୁ ଏକ ସୁରାକ ମିଳିଛି।
ଗତ ଏକ ବର୍ଷ ଧରି ବୈଶାଳୀ ମନୋରଞ୍ଜନ ଜଗତରୁ ଦୂରରେ ରହିଥିଲେ। ଏହି କାରଣରୁ ସେ ଇନ୍ଦୋରରେ ଥିବା ତାଙ୍କ ଘରେ ରହୁଥିଲେ। ୧୬ ଅକ୍ଟୋବରରେ ଆତ୍ମହତ୍ୟା ସେ ନିଜ ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସୂଚନା ପାଇବା ପରେ ଇନ୍ଦୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୈଶାଳୀଙ୍କ ମୃତଦେହ ଉଦ୍ଧାର କରିବା ସହିତ ଏକ ସୁଇସାଇଡ୍‌ ନୋଟ ଜବତ କରିଛି।
ଇନ୍ଦୋର ଏସିପି ମୋତିଉର୍‌ ରେହମାନ ବୈଶାଳୀଙ୍କ ଆତ୍ମହତ୍ୟା ପଛର କାରଣ ସମ୍ପର୍କରେ ସୂଚନା ଦେଇଛନ୍ତି କହିଛନ୍ତି, ବୈଶାଳୀଙ୍କ ଘରୁ ଏକ ସୁଇସାଇଡ୍‌ ନୋଟ ମିଳିଛି। ତାଙ୍କୁ ତାଙ୍କ ପୁରୁଣା ପ୍ରେମିକ ଦ୍ୱାରା ତାଙ୍କୁ ହଇରାଣ କରୁଥିବା ଏଥିରେ ଲେଖାଅଛି। ଯେଉଁମାନେ ତାଙ୍କୁ ହଇରାଣ କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ବୈଶାଲୀଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଷ୍ଟାର୍‌ ପ୍ଲସର ପ୍ରସିଦ୍ଧ ଶୋ’ ୟେ ରିସ୍ତା କ୍ୟା କେହଲତା ହୈ ଜରିଆରେ ସେ ବିଶେଷ ପରିଚୟ ହାସଲ କରିଥିଲେ। ପରେ ସସୁରାଲ ସିମର କା, ସୁପର ସିଷ୍ଟର୍ସ ଏବଂ ମନମୋହିନି ୨ ଭଳି ସିରିଏଲରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ।

Share