ଏହି କାରଣରୁ ଏବେ ଓଟିଟିରେ ରିଲିଜ୍‌ ହେବନି ଫିଲ୍ମ ‘ଉଁଚାଇ’

ମୁମ୍ବାଇ: ଭେଟେରାନ ଅଭିନେତା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଉଁଚାଇ’ ଭଲ ପ୍ରଦର୍ଶନ କରିଛି।
ଫିଲ୍ମଟି ବକ୍ସ ଅଫିସରେ ଆଶାଠାରୁ ଅଧିକ ପ୍ରଦର୍ଶନ କରିଛି। ତେବେ ପ୍ରଶଂସକମାନେ ଆଶା କରୁଥିଲେ ଯେ, ଖୁବ୍‌ଶୀଘ୍ର ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ପ୍ରସାରିତ ହେବ। ହେଲେ ରାଜଶ୍ରୀ ପ୍ରଡକ୍ସନ ଫିଲ୍ମର ଓଟିଟି ରିଲିଜ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜଶ୍ରୀ ପ୍ରଡକ୍ସନ ଏହାର ଅଫିସିଆଲ ବିବୃତ୍ତିରେ କହିଛନ୍ତି ଯେ, କାଷ୍ଟ ଏବଂ କ୍ରୁ ଫିଲ୍ମଙ୍କୁ ଢେର ସାରା ଭଲ ପାଇବା ଦେଇଥିବାରୁ ମୋର ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ତୁମେ ତୁମର ପରିବାର ସହିତ ଏକ ବଡ ଥିଏଟରରେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିଛ ଏବଂ ତୁମର ପ୍ରେମକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି ଯେ ଏବେ ‘ଉଁଚାଇ’ ଅନଲାଇନ ଷ୍ଟ୍ରିମିଂ ହେବ ନାହିଁ। ସାତ ବର୍ଷର କଠିନ ପରିଶ୍ରମ ପରେ ଆମ ଦଳ ଏହି ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ବଡ ପରଦାରେ ଫିଲ୍ମକୁ ଉପଭୋଗ କରିବାକୁ ଆମେ ଆପଣଙ୍କୁ ଅନୁରୋଧ କରୁଛ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ, ଅନୁପମ ଖେର, ପରିଣୀତି ଚୋପ୍ରା ଏବଂ ବୋମାନ ଇରାନୀଙ୍କ ପରି ବିଶିଷ୍ଟ ଅଭିନେତା ଅଛନ୍ତି।

Share