ଏହି କାରଣରୁ ବିକି-କ୍ୟାଟ୍ରିନାଙ୍କ ମଧ୍ୟରେ ହୁଏ ଝଗଡ଼ା

ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ୍‌ ବଲିଉଡ୍‌ର ପାଓ୍ବାରଫୁଲ୍‌ କପଲ୍‌ ଭାବେ ଜଣାଶୁଣା। ବିବାହ ପରେ ଦୁହେଁ ଏବେ ନିଜ ନିଜ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ନିକଟରେ ବିକି କରଣ ଜୋହରଙ୍କ ଚ୍ୟାଟ୍‌ ଶୋ’ ‘କଫି ୱିଥ କରନ-୭’ରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ ନଜର ଆସିଥିଲେ। ଦୁହେଁ ଏଠାରେ ବ୍ୟକ୍ତିଗତ ଜୀବନୀକୁ ନେଇ ଅନେକ ଖୁଲାସା କରିଥିଲେ।
କରଣ ବିକିଙ୍କୁ ଏକ ମଜାଦାର ପ୍ରଶ୍ନ ପଚାରିଥିଲେ। କ୍ୟାଟ୍ରିନାଙ୍କ ସହ ଝଗଡା ହେବାର ଗୋଟିଏ କାରଣ କହିବାକୁ କରଣ ବିକିଙ୍କୁ କହିଥିଲେ। ଏହାର ଉତ୍ତରରେ ବିକି କହିଥିଲେ, ‘କ୍ଲୋଜେଟ ସ୍ପେସ’। ବେଡ୍‌ରୁ ରୁମ୍‌ରେ କ୍ୟାଟ୍ରିନା ଅଧାରୁ ଅଧିକ ଅଂଶ ମାଡିବସିଛନ୍ତି। ମୋତେ କେବଳ ଏକ ଆଲମାରୀ ମିଳିଛି, ତାହା ବି ଖୁବ୍‌ଶୀଘ୍ର ଡ୍ରୟର ହୋଇଯିବ। ଏଥିପାଇଁ ଆମ ଦୁହିଁଙ୍କ ମଧ୍ୟରେ ଝଗଡା ଲାଗେ। ବିକିଙ୍କ କଥାରେ କରଣ ମଧ୍ୟ ରାଜି ହୋଇଥିଲେ। ସେ ନିଜେ ବିକିଙ୍କ ବେଡ୍‌ରୁମ୍‌ ଦେଖିଛନ୍ତି ସେଠାରେ ବିକିଙ୍କର କୌଣସି ସ୍ଥାନ ନାହିଁ ବୋଲି କରଣ କହିଥିଲେ।
କରଣ ଭିକିଙ୍କୁ କ୍ୟାଟ୍ରିନାଙ୍କ ସବୁଠାରୁ ଖରାପ ଫିଲ୍ମ ବିଷୟରେ ମଧ୍ୟ ପଚାରିଥିଲେ। ବିକି ଏହାର ଉତ୍ତର ଦେଇ ‘ଫିତୁର’ ନାମ ନେଇଥିଲେ। କ୍ୟାଟ୍ରିନା ଭଲ ରୋଷେଇ କରନ୍ତି। ତାଙ୍କ ଅପେକ୍ଷା ସେ ଭଲ ଅଣ୍ଡା ପ୍ରସ୍ତୁତ କରନ୍ତି। ବିକି ଏବଂ କ୍ୟାଟ୍ରିନା ଗତ ବର୍ଷ ଡିସେମ୍ବରରେ ବିବାହ କରିଥିଲେ।

Share