କରୋନା ସଂକ୍ରମଣର ପାଲଟିଥିଲା ଏନ୍ତୁଡ଼ିଶାଳ: ଏବେ ବିକିବ ପ୍ରତିଷେଧକ ଟୀକା

ବେଜିଂ, ୧୭।୮: କରୋନା ମହାମାରୀ ସଂକ୍ରମଣର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନା ଏବେ ପ୍ରଥମ କରି ପ୍ରତିଷେଧକ ଟୀକା ପ୍ରସ୍ତୁତ କରିଛି। ଏହାକୁ ଚାଇନାର ବୌଦ୍ଧିକ ସମ୍ପଦ ନିୟାମକ ସଂସ୍ଥା(ଆଇପିଆର୍‌) ପକ୍ଷରୁ ପାଟେଣ୍ଟ୍‌ ମଞ୍ଜୁରୀ ମିଳିଛି। ଅଗଷ୍ଟ ୧୧ରେ ଏହି ମଞ୍ଜୁରୀ ମିଳିଥିବା ଚାଇନାର ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ କୁହାଯାଇଛି। ଏବେ ପୃଥିବୀର ବିଭିନ୍ନ ଦେଶକୁ ଚାଇନା ଏହି ଟୀକା ବିକିବ ବୋଲି ଚର୍ଚ୍ଚା ହେଉଛି। ଏହି ଦିନ ରୁଷ୍‌ ମଧ୍ୟ କରୋନା ପ୍ରତିଷେଧକ ଟୀକାକୁ ମଞ୍ଜୁରୀ ଦେଇଥିଲା। ଚାଇନାର ବାୟୋଫାର୍ମାସ୍ୟୁଟିକାଲ ଫାର୍ମ କାନସିନୋ ବାୟୋଲୋଜିକ୍ସ୍‌ ଏହି ପ୍ରତିଷେଧକ ଟୀକାକୁ ପ୍ରସ୍ତୁତ କରାଯାଇଛି। ଏହାକୁ ଏଡି-୫-ଏନ୍‌-କୋଭ୍‌ ଭାବେ ନାମିତ କରାଯାଇଛି। ଏହାକୁ କେହି ଯେପରି ନକଲ କରି ପ୍ରସ୍ତୁତ କରି ନ କରିପାରିବେ ସେଥିପାଇଁ ଟୀକାର ପାଟେଣ୍ଟ୍‌ କରାଯାଇଛି। ଏସମ୍ପର୍କରେ ଓ୍ବାଲ୍ଟର ଆଣ୍ଡ୍‌ ଏଲିଜା ହୋଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଡ଼ିକାଲ ରିସର୍ଚ୍ଚର ପ୍ରଫେସର ମାର୍କ ପେଲେଗ୍ରୀନି ସୂଚନା ଦେଇଛନ୍ତି।

Share