Categories: ଅପରାଧ

ଗ୍ୟାଙ୍ଗଷ୍ଟାର ହେବା ନିଶା, ନାବାଳକ ନେଉଥିଲେ ଏମିତି ପଦକ୍ଷେପ; ଆଉ ତା’ ପରେ…

ରାଞ୍ଚି,୨୮ା୧୦: ନିଜର ସୁନ୍ଦର ଭବିଷ୍ୟତ ଗଢ଼ିବାକୁ କିଏ କେତେ କ’ଣ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଜଣେ ନାବାଳକ ବଡ଼ ହେଲେ କିପରି ଗ୍ୟାଙ୍ଗଷ୍ଟାର ହେବେ ସେ ନେଇ ସ୍ବପ୍ନ ଦେଖୁଥିଲେ। ଖାଲି ସ୍ବପ୍ନ ନୁହେଁ, ଏଥିପାଇଁ ତିନୋଟି ମର୍ଡର ମଧ୍ୟ କରିଛନ୍ତି।
ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ଜଣେ ନାବାଳକଙ୍କ ମୁଣ୍ଡରେ ଗ୍ୟାଙ୍ଗ୍‌ଷ୍ଟାର ହେବା ନିଶା ଚଢ଼ିଥିଲା। ଫଳରେ ସେ ଛୋଟମୋଟ କଥାରେ ମଧ୍ୟ ହତ୍ୟା କରୁଥିଲେ। ତେଣୁ ସେ ଏତେ ଛୋଟ ହେଲେ ମଧ୍ୟ ତାଙ୍କୁ ଆଖପାଖ ଅଞ୍ଚଳର ଲୋକେ ଭୟ କରୁଥିଲେ। ୨୮ ଡିସେମ୍ବର ୨୦୧୮ରେ ତାଙ୍କର ନାମ ପ୍ରଥମ ଥର ଅପରାଧ ଦୁନିଆ ସହ ଜଡ଼ିତ ହୋଇଥିଲା। ଏହା ପରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଭିଆଇଥିଲେ। ୨୦୧୯ ଜାନୁୟାରୀ ୧୧ରେ ଏକ ହତ୍ୟାକାଣ୍ଡରେ ସେ ମୁଖ୍ୟ ଅଭିଯୁକ୍ତ ଥିଲେ। ୨୦୨୦ରେ ନାବାଳକ ଜଣଙ୍କ ଜଣେ ଯୁବକଙ୍କ ପେଟରେ ଛୁରି ଭୁସି ହତ୍ୟା କରିଥିଲେ। ତେବେ ପୋଲିସ ଏସବୁ ଘଟଣାରେ ନାବାଳକ ଜଣଙ୍କୁ ଗିରଫ କରିଛି।