Categories: ଜାତୀୟ

ବିଇଡି ଡିଗ୍ରୀ ଧାରକ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଇବାକୁ ଯୋଗ୍ୟ ନୁହନ୍ତି: ହାଇକୋର୍ଟ…

ପାଟନା,୯।୧୨ : ବିଇଡି ଡିଗ୍ରୀଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେବେ ନାହିଁ ବୋଲି ପାଟନା ହାଇକୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି କେ ବିନୋଦ ଚନ୍ଦ୍ରନ ଏବଂ ଜଷ୍ଟିସ ରାଜୀବ ରାୟଙ୍କୁ ନେଇ ହାଇକୋର୍ଟର ଏକ ଡିଭିଜନ ବେଞ୍ଚ କହିଛନ୍ତି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଡିପ୍ଲୋମା ଥିବା ପ୍ରାର୍ଥୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନ ପାଇଁ ଯୋଗ୍ୟ ଅଟନ୍ତି। ଏନସିଇଟିଇ ଦ୍ୱାରା ଜାରି କରାଯାଇଥିବା ୨୮ ଜୁନ ୨୦୧୮ତାରିଖର ବିଜ୍ଞପ୍ତି ଆଉ ଲାଗୁ ହେବ ନାହିଁ। ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ନିଯୁକ୍ତି ପାଇଁ ବିଇଡି ପ୍ରାର୍ଥୀଙ୍କୁ ଯୋଗ୍ୟ ବିବେଚନା କରାଯାଇପାରିବ ନାହିଁ ।

ହାଇକୋର୍ଟ କହିଛନ୍ତି, ଯୋଗ୍ୟ ପ୍ରାର୍ଥୀମାନେ କେବଳ ସେହି ପଦବୀରେ ଜାରି ରହିପାରିବେ ଯେଉଁଥିରେ ସେମାନେ ୨୦୧୦ ମସିହାରେ ଏନସିଟିଇର ମୂଳ ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତ ହୋଇଥିଲେ। ନିଯୁକ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାବରେ ନିଯୁକ୍ତି ପାଇବାକୁ ଯୋଗ୍ୟ ପ୍ରାର୍ଥୀଙ୍କ ମେରିଟ ତାଲିକାରୁ ଖାଲି ପଡିଥିବା ପଦବୀ ପୂରଣ ହେବ କି ନାହିଁ ତାହା ମଧ୍ୟ ରାଜ୍ୟ ସ୍ଥିର କରିବେ। ୨୮ ଜୁନ ୨୦୧୮ତାରିଖର ବିଜ୍ଞପ୍ତିର ବୈଧତାକୁ ଆବେଦନକାରୀମାନେ ଚ୍ୟାଲେଞ୍ଜ କରିଥିଲେ, ଯାହାକି ବିଇଡି ଡିଗ୍ରୀ ହାସଲ କରିଥିବା ବ୍ୟକ୍ତିଙ୍କ ପାଇଁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନକୁ ଅନୁମତି ଦେଇଥିଲା।

ନିକଟରେ  ଏକ ଆଦେଶରେ ସୁପ୍ରିମକୋର୍ଟ କହିଥିଲେ କେବଳ ପ୍ରାଥମିକ ବିଦ୍ୟାଳୟରେ ଡିପ୍ଲୋମାଧାରୀମାନେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷାଦାନ ଭୂମିକା ପାଇଁ ଉପଯୁକ୍ତ। ହାଇକୋର୍ଟର ବେଞ୍ଚ କହିଛନ୍ତି ସମ୍ବିଧାନର ଧାରା ୧୪୧ ଅନୁଯାୟୀ ଆମେ ସୁପ୍ରିମକୋର୍ଟଙ୍କ ରାୟ ମାନିବାକୁ ବାଧ୍ୟ ଏବଂ ରାଜ୍ୟ ସରକାର ମଧ୍ୟ ଏଭଳି କରିବେ।

Share