ହସ୍ପିଟାଲରେ ବେଡ୍‌ ଫୁଲ୍‌: ବାହାରେ ଆମ୍ବୁଲାନ୍ସ୍‌ରେ ଆକ୍ରାନ୍ତ…

ଅହମଦାବାଦ୍‌,୧୩।୪: ଗୁଜରାଟ ଅହମଦାବାଦରେ ପ୍ରତିଦିନ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସ୍ଥିତି ବେକାବୁ ହେବାରେ ଲାଗିଛି। ସହରର ବଡ଼ ହସ୍ପିଟାଲ କୁହାଯାଉଥିବା ସ୍ଥାନୀୟ ସିଭିଲ୍‌ ହସ୍ପିଟାଲରେ ଥିବା ୧୨୦୦ ବେଡ୍‌ ଏବେ ଫୁଲ୍‌ ହୋଇ ଯାଇଛି। ବେଡ୍‌ ଖାଲି ନ ଥିବାରୁ ହସ୍ପିଟାଲ ବାହାରେ ଆମ୍ବୁଲାନ୍ସରେ ଆକ୍ରାନ୍ତମାନେ ରହିଛନ୍ତି। ବେଡ୍‌ ଖାଲି ହେଲେ ଆକ୍ରାନ୍ତମାନେ ଭିତରକୁ ଯିବାକୁ ଅପେକ୍ଷା କରିଛନ୍ତି। ଅହମଦାବାଦ ସହିତ ରାଜ୍ୟର ସୁରଟ, ରାଜକୋଟ ଆଦି ସହରରେ ମଧ୍ୟ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଫଳରେ ଆକ୍ରାନ୍ତଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦେବା କ୍ଯଯକର ହୋଇପଡ଼ିଛି।

Share