ବେଡ୍‌ ପଡୁଛି ଖାଲି, ତୃତୀୟ ଲହରରେ ହସ୍ପିଟାଲ ଭର୍ତ୍ତିିଙ୍କ ସଂଖ୍ୟା କମ୍‌…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ବିଭିନ୍ନ ହସ୍ପିଟାଲରେ ବେଡ୍‌ ଖାଲି ପଡୁଛି ବୋଲି ଏକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମାକ୍ସ୍‌ ହେଲଥ୍‌ କେୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ଏଭଳି କୁହାଯାଇଛି। ତୃତୀୟ ଲହରରେ ଆଇସିୟୁରେ ଭର୍ତ୍ତି ହେବା ଆକ୍ରାନ୍ତଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଥିବାବେଳେ ଏବଂ ଅକ୍ସିଜେନ୍‌ର ଆବଶ୍ୟକତା ମଧ୍ୟ ରହିଛି।

ତୃତୀୟ ଲହରରେ ଅକ୍ସିଜେନ୍‌ ଆବଶ୍ୟକତା ଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୩.୪ ପ୍ରତିଶତ ରହିଛି। ଅପରପକ୍ଷରେ ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଏହା ଯଥାକ୍ରମେ ୬୩ ଏବଂ ୭୪ ପ୍ରତିଶତ ରହିଥିଲା।

ଏହି ସର୍ଭେ ମାକ୍ସ୍‌ ହେଲଥ୍‌ କେୟାରର ଗ୍ରୁପ୍‌ ମେଡିକାଲ ନିର୍ଦ୍ଦେଶକ ଡ. ସନ୍ଦୀପ୍‌ ବୁଦ୍ଧିରାଜଙ୍କ ଦ୍ୱାରା ସମ୍ପନ୍ନ ହୋଇଛି। ସର୍ଭେରେ ଦର୍ଶାଯାଇଛି ଯେ, ପ୍ରଥମ ଲହରରେ ମୃତକଙ୍କ ହାର ୭.୨ ପ୍ରତିଶତ ଥିବାବେଳେ ଦ୍ୱିତୀୟ ଲହରରେ ଏହା ୧୦.୫ ପ୍ରତିଶତ ରହିଥିଲା। ତେବେ ତୃତୀୟ ଲହରରେ ଏହା ୬ ପ୍ରତିଶତ ରହିଥିବା ରିପୋର୍ଟରେ ଦର୍ଶାଯାଇଛି।

Share