ହସ୍ପିଟାଲରେ ମିଳୁନି ବେଡ୍‌: ଘରେ ମରୁଛନ୍ତି ଲୋକେ…

ବେଙ୍ଗାଲୁରୁ,୧୬।୫: କରୋନାରେ ମହାମାରୀ ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳୁନି। ଏପରିସ୍ଥଳେ ଲୋକେ ଘରେ ରହି ଚିକିତ୍ସିତ ହୋଇ ଶେଷରେ ମରୁଛନ୍ତି। ଗତବର୍ଷ ବ୍ରିଟେନ୍‌ରେ ଦେଖାଦେଇଥିବା ସ୍ଥିତି କର୍ନାଟକରେ ସୃଷ୍ଟି ହୋଇଛି। ରାଜ୍ୟରେ କରୋନା ସଂକ୍ରମଣ ଯୋଗୁ ହାହାକାର ଦେଖାଦେଇଛି। ଗତ ଏକ ମାସ ମଧ୍ୟରେ ରାଜ୍ୟରେ ୫୯୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଚିକିତ୍ସା ସୁଯୋଗ ମିଳିଲେ ଏଭଳି ମୃତ୍ୟୁ ଘଟଣାକୁ ଏଡାଇ ଦେଇ ହୁଅନ୍ତା ବୋଲି କୁହାଯାଉଛି।

Share