ବେଦ ମନ୍ତ୍ର ଧ୍ବନିରେ କମ୍ପିଲା ଅମ୍ବିକାଶ୍ରମ

ଖଇରା,୧୦।୧୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ କୁପାରୀସ୍ଥିତ ଅମ୍ବିକା ଆଶ୍ରମର ପ୍ରତିଷ୍ଠାତା ଓଁକାର ମୁନୀ ଉଦାସୀନଙ୍କ ଦେହାନ୍ତ ପରିପ୍ରେକ୍ଷୀରେ ତାଙ୍କର ଶିଷ୍ୟ ଶୁଭେନ୍ଦ୍ର ମୁନୀଙ୍କୁ ତାଙ୍କସ୍ଥାନରେ ଅଭିଷିକ୍ତ କରାଯାଇଛି। ଏହି ଅବସରରେ ବୁଧବାର ଅମ୍ବିକାଶ୍ରମ ଆୟେଜିତ ସତସଙ୍ଗ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଭାରତର ବିଭିନ୍ନ ମଠ ଆଶ୍ରମରୁ ସାଧୁ ସନ୍ଥମାନେ ଯୋଗଦେଇଛନ୍ତି। ବେଦ ମନ୍ତ୍ର ଉଚ୍ଚାରଣ କରିବା ସହ ଭାଗବତ ଓ ଗୀତା ମହାତ୍ମ୍ୟ ଉପରେ ଆଲୋକପାତ କରି ଗୁରୁଶିଷ୍ୟ ତଥା ଉଦାସୀନ ପରମ୍ପରା ମହତ୍ତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବାବାଙ୍କର ବହୁ ଶିଷ୍ୟ ଭକ୍ତ ଏଠାରେ ଉପସ୍ଥିତ ଥିଲେ ।

Share