ଭୁବନେଶ୍ୱର,୩।୧୨(ବ୍ୟୁରୋ): ବିଜ୍ଞାନ ଓ ଅନୁସନ୍ଧାନ କ୍ଷେତ୍ରରେ ଇନ୍ଫୋସିସ୍ ସାଇନ୍ସ ଫାଉଣ୍ଡେଶନ (ଆଇଏସ୍ଏଫ୍) ପକ୍ଷରୁ ଗୁରୁବାର ଇନ୍ଫୋସିସ୍ ପ୍ରାଇଜ୍-୨୦୨୧ ଘୋଷଣା କରାଯାଇଛି। ଇଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍ସ, ହ୍ୟୁମାନିଟିଜ୍, ଲାଇଫ୍ ସାଇନ୍ସ, ମାଥ୍ମେଟିକାଲ ସାଇନ୍ସ, ଫିଜିକାଲ ସାଇନ୍ସ ଓ ସୋସିଆଲ ସାଇନ୍ସରେ ଉତ୍ସର୍ଗୀକୃତ ଅବଦାନ ପାଇଁ ୬ଜଣଙ୍କୁ ପୁରସ୍କୃତ କରାଯାଇଛି। ଏମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରଫେସର ବେଦାଙ୍ଗଦାସ ମହାନ୍ତି ଅଛନ୍ତି। ଭୁବନେଶ୍ୱରର ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚର ପ୍ରଫେସର ବେଦାଙ୍ଗଦାସଙ୍କୁ ପରମାଣୁ ଶକ୍ତି ଉପରେ ଅନୁସନ୍ଧାନ ତଥା ଫିଜିକାଲ ସାଇନ୍ସରେ ଉତ୍ସର୍ଗୀକୃତ ଅବଦାନ ପାଇଁ ପୁରସ୍କୃତ କରାଯାଇଛି। ସୂଚନାଯୋଗ୍ୟ, ଭେଲୋରସ୍ଥିତ ଖ୍ରୀଷ୍ଟିଆନ ମେଡିକାଲ କଲେଜ ପଫ୍ରେସର ଗଗନଦୀପ୍ କାଙ୍ଗ୍ ବିଜେତାମାନଙ୍କୁ ପୁରସ୍କାର କରିଥିଲେ। ପୁରସ୍କାର ବାବଦରେ ସ୍ବର୍ଣ୍ଣ ପଦକ, ପ୍ରମାଣପତ୍ର ଓ ୧ ଲକ୍ଷ ଡଲାର ପ୍ରଦାନ କରାଯାଇଥିଲା।