କଟକ ଅଫିସ,୧୧ା୧୦: ବାର୍ଦ୍ଧକ୍ୟ ଜନିତ ହେଉ କିମ୍ବା କୌଣସି ରୋଗରେ ଶଯ୍ୟାଶାୟୀ ଥିଲେ, ସେମାନେ ଘରେ ଟିକା ନେଇପାରିବେ। ଏ ନେଇ ସୋମବାର କଟକ ମହାନଗର ନିଗମ(ସିଏମସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ା ଶଯ୍ୟାଶାୟୀମାନେ ଟିକା ନେବାକୁ ଚାହୁଁଥିଲେ ସିଏମ୍ସି ପକ୍ଷରୁ ଜାରି ହୋଇଥିବା ଟୋଲ ଫ୍ରି ନମ୍ବର ୯୭୭୭୦୬୭୨୯୭ରେ ଯୋଗାଯୋଗ କରି ପଞ୍ଜୀକରଣ କରିବାକୁ ପଡ଼ିବ। ପଞ୍ଜୀକରଣ ପାଇଁ ଟିକା ନେବାକୁ ଥିବା ବ୍ୟକ୍ତିଙ୍କର ନାମ, ଘର ଠିକଣା, ୱାର୍ଡ ନମ୍ବର, ଆଧାର କାର୍ଡ ନମ୍ବର, ଫୋନ ନମ୍ବର ଦେବାକୁ ପଡ଼ିବ ା ଏହାପରେ ଏକ ମୋବାଇଲ ହେଲଥ୍ ଟିମ ସମ୍ପୃକ୍ତ ବ୍ୟକ୍ତିଙ୍କ ଘରେ ଯାଇ ଟିକା ଦେବେ। ଯେଉଁ ବ୍ୟକ୍ତି ଟିକା ନେବେ ସେମାନେ ସକାଳ ୧୦ଟାରୁ ଅପରାହ୍ନ ୩ଟା ମଧ୍ୟରେ ନାମ ପଞ୍ଜୀକରଣ କରିବେ। କେବଳ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପଞ୍ଜୀକରଣ ପ୍ରକ୍ରିୟା ହେବ ବୋଲି ସିଏମ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।