ନାରାୟଣପାଟଣା,୭ା୪(ଡି.ଏନ.ଏ.): କୋରାପୁଟ ଜିଲା ନାରାୟଣପାଟଣା ବ୍ଲକ ବାଲିପେଟା ଗ୍ରାମ ଶ୍ମଶାନରେ ଗୁରୁବାର ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ହୋଇଛନ୍ତି।
ଜଣେ ସମ୍ପର୍କୀୟଙ୍କ ଶେଷକୃତ୍ୟ ସମ୍ପନ୍ନ ଲାଗି ଗ୍ରାମବାସୀ ଶ୍ମଶାନରେ ଏକାଠି ହୋଇଥିଲେ। ଜୁଇରେ ଅଗ୍ନି ସଂଯୋଗ ବେଳେ ପାଖରେ ଥିବା ଏକ ଗଛରୁ ମହୁମାଛି ବାହାରି ଆକ୍ରମଣ କରିଥିଲେ। ଫଳରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଗ୍ରାମବାସୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।