Categories: ଜାତୀୟ

ବିଡ୍‌ ଜିଲାରେ ଧାରା ୧୪୪ ଲାଗୁ, ମରାଠା ସଂରକ୍ଷଣକୁ ନେଇ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି

ମୁମ୍ବାଇ,୩୦।୧୦: ବିଡ୍‌ ଜିଲାରେ ମରାଠା ସଂରକ୍ଷଣକୁ ନେଇ ତୀବ୍ର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଧାରା ୧୪୪ ଲାଗୁ କରାଯାଇଛି। ସୋମବାର ବିକ୍ଷୋଭକାରୀଙ୍କ ବିରୋଧ ହିଂସାତ୍ମକ ରୂପ ନେଇଛି। ପୋଲିସ କହିଛି ଯେ ବିକ୍ଷୋଭକାରୀମାନେ ମହାରାଷ୍ଟ୍ରର ତିନିଜଣ ବିଧାୟକଙ୍କ ଘର, କାର୍ଯ୍ୟାଳୟରେ ନିଆଁ ଲଗାଇଦେବା ସହ ଭଙ୍ଗାରୁଜା କରିଛନ୍ତି। ଏକ ନଗର ପରିଷଦ ଭବନକୁ ଟାର୍ଗେଟ କରିଛନ୍ତି ଏବଂ ସଡ଼କ ଯାତାୟାତରେ ବାଧା ସୃଷ୍ଟି କରିଛନ୍ତି।

ପୋଲିସ କହିଛି, ଏନସିପିର ଦୁଇ ବିଧାୟକଙ୍କ ଘରେ ନିଆଁ ଲଗାଇଦେଇଛନ୍ତି। ଭାଜପା ବିଧାୟକଙ୍କ ଘର ମଧ୍ୟ ନଷ୍ଟ ହୋଇଯାଇଛି। ତେବେ ଏଥିରେ କୌଣସି ବ୍ୟକ୍ତିଙ୍କର କୌଣସି କ୍ଷତି ହୋଇନାହିଁ। କେନ୍ଦ୍ରୀୟ ମହାରାଷ୍ଟ୍ରର ବିଡ୍‌ ଏବଂ ଛତ୍ରପତି ସମ୍ଭାଜିନଗର ଜିଲାରୁ ହିଂସା ଓ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି।

Share