Categories: ଜାତୀୟ

ସ଼୍ବାଧୀନ ପ୍ରାର୍ଥୀଙ୍କ ଠାରୁ ହାରିଗଲେ ୫ ଥରର ବିଧାୟକ ବୀମା ଭାରତୀ

ପାଟନା , ୧୩।୦୭: ବିହାର ପୁର୍ଣ୍ଣିମା ଜିଲାର ରୁପୈଲି ବିଧାନସଭା ଆସନ ପାଇଁ ୧୦ ଜୁଲାଇରେ ହୋଇଥିବା ଉପ ନିର୍ବାଚନ ଫଳ ସାମ୍ନାକୁ ଆସିଛି । ସ଼୍ବାଧୀନ ପ୍ରାର୍ଥୀ ଶଙ୍କର ସିଂଙ୍କ ଉପରେ ଜନତା ଭରଷା କରିଛନ୍ତି । ଜନତା ଦଳର ପ୍ରାର୍ଥୀ କଳାଧର ମଣ୍ଡଳଙ୍କୁ ସେ ୮ ହଜାର ୨୧୧ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଏଥି ସହିତ ସେ ୫ ଥରର ବିଧାୟକ ବୀମା ଭାରତୀଙ୍କୁ ମଧ୍ୟ ହରାଇଛନ୍ତି । ନୀତିଶ କୁମାରଙ୍କ ଆଶିର୍ବାଦରୁ ନିର୍ବାଚନ ଲଢ଼ୁଥିବା କଳାଧର ଦ଼୍ବିତୀୟ ସ୍ଥାନରେ ରହିଥିବା ବେଳେ ବୀମା ଭାରତୀ ତୃତୀୟ ସ୍ଥାନରେ ରହିଛନ୍ତି ।

ଶଙ୍କର ସିଂଙ୍କୁ ମୋଟ ୬୭,୭୭୯ ଖଣ୍ଡ ଭୋଟ ମିଳିଥିବା ବେଳେ କଳାଧରଙ୍କୁ ୫୯,୫୬୮ ଖଣ୍ଡ ଭୋଟ ମିଳିଛି । ତୃତୀୟ ସ୍ଥାନରେ ଥିବା ବୀମା ଭାରତୀଙ୍କୁ ୩୦,୧୦୮ ଖଣ୍ଡ ଭୋଟ ମିଳିଛି ।

Share