ଲକ୍ଷ୍ନୌ,୨୦।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ଏଠାରେ ଥିବା ହସ୍ପିଟାଲ ଗୁଡ଼ିକ ନିଜ ଇଛା ଅନୁସାରେ କାର୍ଯ୍ୟ କରୁଛନ୍ତି। ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଭୟ ନାହିଁ। ରୋଗୀଙ୍କ ଜୀବନ ସହିତ ଖେଳ ହେଉଛି। ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଚଢ଼ାଉ ସମୟରେ ରାଜଧାନୀର ୨୯ ହସ୍ପିଟାଲ ଓଟିରୁ ବିୟର ବୋତଲ ମିଳିଛି। ରାଜଧାନୀର ୪୫ଟି ଘରୋଇ ହସ୍ପିଟାଲରେ ଚଢ଼ାଉ କରାଯାଇ ରୋଗୀଙ୍କୁ ଯୋଗାଇ ଦିଆଯାଉଥିବା ଖରାପ ସ୍ବାସ୍ଥ୍ୟସେବାର ପର୍ଦ୍ଦାଫାଶ୍ ହୋଇଛି। ଚଢ଼ାଉ ସମୟରେ କେତେକ ହସ୍ପିଟାଲରେ ଡାକ୍ତରଙ୍କ ଦେଖା ନ ଥିବାବେଳେ ବିନା ରେଜିଷ୍ଟ୍ରେଶନରେ ସ୍ବାସ୍ଥ୍ୟସେବା ପ୍ରଦାନ କରାଯାଉଥିବା ଜଣାପଡ଼ିଛି। ଅପରପକ୍ଷରେ ଓଟିରୁ ଔଷଧ ବଦଳରେ ବିୟର ବୋତଲ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ଜିଲାପାଳ ଅଭିଷେକ ପ୍ରକାଶଙ୍କ ନିର୍ଦ୍ଦେଶକ୍ରମେ ସିଏମ୍ଓ ଡ. ମନୋଜ ଅଗ୍ରଓ୍ବାଲ ଏସବୁ ୨୯ ହସ୍ପିଟାଲକୁ ନୋଟିସ୍ ଜାରି କରିଛନ୍ତି।