ପାଟଣା,୨୨।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେତାଙ୍ଗ ଗ୍ରାମରେ ଭାଲୁ ଆକ୍ରମଣରେ ସୋମବାର ଜଣେ ୬୦ ବର୍ଷୀୟା ବୃଦ୍ଧା ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ର୍ତ୍ତି କରାଯାଇଛି। ଗୁରୁତର ବୃଦ୍ଧା ହେଲେ ପାଟଣା ବ୍ଲକ ଚିନାବାଳି ପଶି ପଞ୍ଚାୟତ କେତାଙ୍ଗ ଗ୍ରାମ ପୋଖରୀ ସାହିର ମାଣିକ ସିଂ।
ସୂଚନାନୁଯାୟୀ, ମାଣିକ ସକାଳୁ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଗାଁ ପାଖ ଜଙ୍ଗଲରୁ ଏକ ଭାଲୁ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ବୃଦ୍ଧା ଙ୍କ ମୁଣ୍ଡ, ବେକ ଓ ଅଣ୍ଟାରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗାଁ ନିକଟରେ ଭାଲୁ ବୁଲୁଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।