ପାଣିଟାଙ୍କିକୁ ଚଢିଲା ବେଳେ ଇଞ୍ଜିନିୟରଙ୍କୁ ଆକ୍ରମଣ କଲେ ମହୁମାଛି

ପାପଡ଼ାହାଣ୍ଡି,୨।୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ମେଗା ଜଳସେଚନ ପ୍ରକଳ୍ପର ସାଇଡ ଇଞ୍ଜିନିୟର ସୁରଞ୍ଜନ ଦାସ ଓ ସୁଧାକର ବାବୁ ରବିବାର ମହୁମାଛି ଆକ୍ରମଣରେ ଗୁରୁତର ହୋଇଛନ୍ତି।

ମିଳିଥିବା ସୂଚନା ମୁତାବକ, କଣ୍ଟାସାରୁରେ ଚାଲିଥିବା ନବନିର୍ମିତ ପାଣିଟାଙ୍କି କାମ ତଦାରଖ ଲାଗି ସୁରଞ୍ଜନ ଏବଂ ସୁଧାକର ଟାଙ୍କି ଉପରକୁ ଚଢ଼ିଥିଲେ। ସେତିକିବେଳେ ଟାଙ୍କିରେ ବସାବାନ୍ଧି ଥିବା ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ସେମାନଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି।

Share