ଅନ୍ତିମ ସତ୍କାର କରାଇ ଦେଲେନି ମହୁମାଛି

କୁତ୍ରା,୨୧।୧୦(ଡି.ଏନ.ଏ): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅଧୀନ କଟଙ୍ଗ ମାର୍ଟିନପଡା ଗ୍ରାମରେ ମହୁମାଛି ଆକ୍ରମଣରେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ନେଲସନ ସମାଧ, ଆନନ୍ଦ ମାସି ସମାଧ, ମନସିତ କାଣ୍ଡୁଲାନା, ବିନକା ଲୁଗୁନ, ସୁଚିତା ଗୁଡ଼ିଆ, ହର୍ଷିତ କାଣ୍ଡୁଲାନା, ଇଲିଶୋଭା ଗୁଡ଼ିଆ, ଶିତେଇ ସାମଧ, ମରକୁସ କାଣ୍ଡୁଲାନା, ନିର୍ମଲ ବାଗେ, ନମଲେନ ହରୋ ।

ପ୍ରକାଶ ଯେ, ଗ୍ରାମର ଦମରିସ କାଣ୍ଡୁଲାନା ନାମକ ଜନୈକା ବୃଦ୍ଧାଙ୍କ ବୁଧବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଥିଲା। ଗୁରୁବାର ତାଙ୍କର ପଡାବାସୀଙ୍କ ସମେତ ପରିବାର ବର୍ଗ ଅନ୍ତିମ ସତ୍କାର କରିବାକୁ ନିକଟସ୍ଥ ଶ୍ମଶାନକୁ ମୃତଦେହ ନେଇଯାଇଥିଲେ। ସେଠାରେ ହଠାତ ମହୁମାଛି ସେମାନଙ୍କୁ ଆକ୍ରମଣ କରିଥିଲା। ଫଳରେ ଲୋକେ ଜୀବନ ବିକଳରେ ମୃତଦେହ ସତ୍କାର ନ କରି ଘଟଣାସ୍ଥଳରୁ ପଳାଇ ଆସିଥିଲେ। ଖବରପାଇ ୧୦୮ ଆମ୍ବୁଲାନସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି କୁତ୍ରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ସେଠାରେ ସେମାନଙ୍କ ଚିକିତ୍ସା ଚାଳିଛି ।

Share