ପଦ୍ମପୁର,୨୫।୬(ଡି.ଏନ୍.ଏ.): ବରଗଡ଼ ଜିଲା ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ ୱାର୍ଡ ନଂ-୨ ଶାନ୍ତିନଗରଠାରୁ ଲୁହାରପାଲି ଯାଏ ରାସ୍ତା ଅତ୍ୟନ୍ତ ଶୋଚନୀୟ। ଏହି ରାସ୍ତା ଉପରେ ୨୦ରୁ ୨୫ଗ୍ରାମର ଲୋକେ ନିର୍ଭର କରୁଛନ୍ତି। ହେଲେ ରାସ୍ତା ଏବେ ଖାଲଖମାରେ ଭରି ରହିଛି। ଜୁଲାଇ ୧ରେ ରଥଯାତ୍ରା ଥିବାରୁ ରଜାପଡା ମନ୍ଦିରରୁ ରଥ ଶାନ୍ତିନଗରସ୍ଥିତ ମାଉସୀ ମା’ ମନ୍ଦିରକୁ ଯିବ। ତେଣୁ ରଥଯାତ୍ରା ପୂର୍ବରୁ ରାସ୍ତା ମରାମତି କରିବାକୁ ସମ୍ପୃକ୍ତ ୱାର୍ଡର କାଉନସିଲର ଇଂ.କୁନାଲ ପାଣିଗ୍ରାହୀ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍ କରି ଅବଗତ କରିଥିବା ସୂଚନା ମିଳିଛି।