Categories: ଜାତୀୟ

୨୦୨୪ ପୂର୍ବରୁ ୟୁପି ଭାଜପାରେ ମତଭେଦ ପଦାରେ…

ଲକ୍ଷ୍ନୌ,୨୨।୫ : ଉତ୍ତରପ୍ରଦେଶ ବିଧାନସଭା ବାଚସ୍ପତି ସତୀଶ ମହାନା ଗତ ବର୍ଷ ନଭେମ୍ବର ୧୮ ରେ କାନପୁର ମହାନଗରର ସାମଗ୍ରିକ ବିକାଶ ପାଇଁ ଏକ ବୈଠକ ଡାକିଥିଲେ। ବୈଠକ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ତା’ପରେ କାନପୁର ଏମପି ସତ୍ୟଦେବ ପାଚୌରିଙ୍କ ଅସନ୍ତୋଷ ସାମ୍ନାକୁ ଆସିଥିଲା। ଏ ସମ୍ପର୍କରେ ଏମପି ମଣ୍ଡଳାୟୁକ୍ତ ରାଜଶେଖରଙ୍କୁ ଏକ ଚିଠି ଲେଖିଥିଲେ। ବର୍ତ୍ତମାନ ସତୀଶ ମହାନା ପୁଣିଥରେ ଏକ ବୈଠକ ଡାକିଛନ୍ତି, ଯାହା ପରେ ଏହି ବିବାଦ ପୁଣିଥରେ ଘଟିବାର ଆଶଙ୍କା କରାଯାଉଛି।
ସୂତ୍ରରୁ ଜଣାପଡ଼ିଛି ଏମପିଙ୍କର ଏହି ବୈଠକ ଡାକିବାର ଅଧିକାର ନାହିଁ ଏବଂ ଏହାକୁ ବାତିଲ କରାଯିବା ଉଚିତ ବୋଲି ଚିଠିରେ ଆପତ୍ତି କରିଯାଇଥିଲା। ଏହି ପ୍ରସଙ୍ଗରେ କାନପୁର ଏମପି ସତ୍ୟଦେବ ପାଚୌରିଙ୍କୁ ଆକବରପୁର ଏମପି ଦେବେନ୍ଦ୍ର ସିଂ ଭୋଲେ ସମର୍ଥନ କରିଥିଲେ। ସତ୍ୟଦେବ ଦେଇଥିବା ଚିଠିରେ ଦେବେନ୍ଦ୍ରଙ୍କ ଦସ୍ତଖତ ଥିଲା। କିନ୍ତୁ ସେତେବେଳେ ଉଭୟ କିଛି କହି ନ ଥିଲେ।

ଏବେ ସତ୍ୟଦେବ ଏବଂ ସତୀଶ ମୁହାଁମୁହିଁ ହୋଇଛନ୍ତି। ସୂଚନାନୁସାରେ, ସତୀଶଙ୍କ ସମର୍ଥକ ପ୍ରମିଳା ପାଣ୍ଡେଙ୍କୁ ମେୟର ପ୍ରାର୍ଥୀ କରାଯିବା ପରେ ସତ୍ୟଦେବ ଅସନ୍ତୁଷ୍ଟ ଅଛନ୍ତି। ସତ୍ୟଦେବଙ୍କ ଝିଇ ତଥା ସଙ୍ଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବିରେନ୍ଦ୍ର ଜିତ ସିଂଙ୍କ ବୋହୂ ନୀତୁ ସିଂଙ୍କ ଟିକେଟ ମେୟର ପଦ ପାଇଁ ଚୂଡାନ୍ତ ବିବେଚନା କରାଯାଇଥିଲା ଏବଂ ସତ୍ୟଦେବଙ୍କ ସମର୍ଥକଙ୍କର ବିଜୟ ନିଶ୍ଚିତ ଥିଲା।

ମାତ୍ରେ ଶେଷ ମୁହୂର୍ତ୍ତରେ ସତୀଶ ଟିକଟ ପ୍ରମିଳାଙ୍କୁ ଦେଇଥିଲେ। ଏପରି ପରିସ୍ଥିତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡା ବାହାର କରାଯାଇଥିଲା। ପୌର ପରିଷଦ ନିର୍ବାଚନ ପୂର୍ବରୁ ଏସପି ଭାଜପା ପ୍ରାର୍ଥୀ ପ୍ରମିଳାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିିଥିବାବେଳେ ସତ୍ୟଦେବ ଦର୍ଶାଇଥିଲେ ସେ ଦୁର୍ନୀତିକୁ ସମର୍ଥନ କରିବେ ନାହିଁ।
ଆଗାମୀ ବର୍ଷର ଲୋକସଭା ନିର୍ବାଚନରେ ସତ୍ୟଦେବ ଏବଂ ଦେବେନ୍ଦ୍ର ପୁଣି ଟିକଟ ଦାବି କରୁଛନ୍ତି। କିନ୍ତୁ ଭାଜପାରେ ବୟସ ସୀମା ଏବଂ ସମସ୍ତ କାରଣ ଉଭୟଙ୍କ ବିରୋଧରେ ଯାଉଛି। ସତୀଶ ବର୍ତ୍ତମାନ ୟୁପି ବିଧାନସଭାର ବାଚସ୍ପତି। କିନ୍ତୁ ସମସ୍ତେ ଜାଣନ୍ତି ସକ୍ରିୟ ରହିଆସିଥିବା ସତୀଶ ଏଥିରେ ଆଦୌ ଖୁସି ନୁହଁନ୍ତି ଏବଂ ୨୦୨୪ ରେ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହାନ୍ତି।
ଏହା ସହିତ ଆକବରପୁର ଲୋକସଭାରେ ମଧ୍ୟ ନିଜର ଆଭିମୁଖ୍ୟ ବଜାୟ ରଖିବାକୁ ଚାହୁଁଛନ୍ତି।

Share