ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପୂର୍ବରୁ ତାଙ୍କ ଜୀବନରେ ଆଉ ଜଣେ ସୁନ୍ଦରୀ ଆସିଥିଲେ। ମାତ୍ର ଏହି ସମ୍ପର୍କ ବେସିଦିନ ରହି ନ ଥିଲା। ପ୍ରେମରେ ବିଫଳ ହେବା ପରେ ବିରାଟ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଇଥିଲେ। ଏଥିରେ କିନ୍ତୁ ଦେ ସଫଳତା ପାଇଥିଲେ।
ଏକଦା ବିରାଟ ପୂର୍ବତନ ମିସ୍ ଇଣ୍ଡିଆ ସାରା ଜେନ୍ ଡାୟଶଙ୍କ ପ୍ରେମରେ ପାଗଳ ଥିଲେ। ଏକ ପାର୍ଟିରେ ବିରାଟ ଓ ସାରାଙ୍କର ସାକ୍ଷାତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଅନେକ ଦିନ ଧରି ଏହି ଯୋଡି ରିଲେଶନ୍ସିପ୍ରେ ରହିଥିଲେ। ଏହାକୁ ନେଇ ମିଡିଆରେ ଚର୍ଚ୍ଚା ମଧ୍ୟ ଜୋର୍ ଧରଥିଲା। ହେଲେ ସେମାନେ ନିଜ ସମମ୍ପର୍କକୁ ନେଇ କେବେ ହେଲେ ମୁହଁ ଖୋଲି ନ ଥିଲେ। ଏକ ଖବର ଅନୁଯାୟୀ କୌଣସି ଏକ କଥାକୁ ନେଇ ସେମାନଙ୍କ ମଧ୍ୟରେ ମନାନ୍ତର ହୋଇଥିଲା। ଯାହାଫଳରେ ସାରା ବିରାଟଙ୍କଠାରୁ ଦୂରେଇ ଯାଇଥିଲେ। ଏହାପରେ ବିରାଟଙ୍କ ଜୀବନରେ ଅନୁଷ୍କା ଶର୍ମା ଆସିଲେ। ଏବେ ବିରାଟ ଅନୁଷ୍କାଙ୍କ ସହ ବହୁତ ଖୁସି ଅଛନ୍ତି।