Categories: ଖେଳ

ଏସିଆ କପ ପୂର୍ବରୁ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ଟିମ୍‌ ହୋଇପାରେ ପାକିସ୍ତାନ, ଜାଣନ୍ତୁ କିପରି…

ନୂଆଦିଲ୍ଲୀ,୧୪।୮: ସମସ୍ତ କ୍ରିକେଟ ପ୍ରେମୀ ଏସିଆ କପ ଆରମ୍ଭକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହାପୂର୍ବରୁ ବାବଆଜାମଙ୍କ ଅଧିନାୟକତ୍ୱରେ ଖେଳିବାକୁ ଥିବା ପାକିସ୍ତାନ ଦଳ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ସ୍ଥାନ ହାସଲ କରିବା ପାଇଁ ଏକ ବଡ଼ ସୁଯୋଗ ରହିଛି। ବର୍ତ୍ତମାନ ଅଷ୍ଟ୍ରେଲିୟ ଦଳ ୧୧୮ ରେଟିଂ ପଏଣ୍ଟ ସହ ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନରେ ରହିଛି। ଅନ୍ୟପକ୍ଷରେ ପାକିସ୍ତାନ ଦଳ ୧୧୬ ରେଟିଂ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଦଳ ୧୧୫ ରେଟିଂ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି।

ଏସିଆ କପ ପୂର୍ବରୁ ଶ୍ରୀଲଙ୍କାରେ ଅଗଷ୍ଟ ୨୨ରୁ ଆଫଗାନିସ୍ତାନ ବିପକ୍ଷରେ ପାକିସ୍ତାନ ଦଳକୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ। ଏଥିରେ ପ୍ରଥମ ୨ ମ୍ୟାଚ ହମ୍ବନଟୋଟା ଠାରେ ଖେଳାଯିବ ଏବଂ ଶେଷ ମ୍ୟାଚ ୨୬ ଅଗଷ୍ଟରେ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ଯଦି ପାକିସ୍ତାନ ଦଳ ଏହି ସିରିଜରେ ବିଜୟ ହାସଲ କରିବାରେ ସଫଳ ହୁଏ, ତେବେ ସେ ୧୧୯ ରେଟିଂ ପଏଣ୍ଟ ପାଇବ। ଏଭଳି ପରିସ୍ଥିତିରେ ସେ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ନମ୍ବର -୧ ସ୍ଥାନ ହାସଲ କରିବ।

Share