Categories: ଜାତୀୟ

ବାବ୍ରି ଭଙ୍ଗା ହେବା ପୂର୍ବରୁ ମୁଁ ନରସିଂହ ରାଓ ସରକାରଙ୍କୁ ଭାଜପା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୮ : ଏନସିପି ମୁଖ୍ୟ ଶରଦ ପାୱାର ପ୍ରକାଶ କରିଛନ୍ତି ୍‌ ଯେତେବେଳେ ରାମଜନ୍ମଭୂମି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗଥିଲା, ସେତେବେଳେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ବାବ୍ରି ମସଜିଦରେ କିଛି ଘଟିବ ନାହିଁ ବୋଲି ଭାଜପାର ପ୍ରତିଶ୍ରୁତିକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି। ଭାଜପା ନେତା ବିଜୟା ରାଜେ ସିନ୍ଧିଆ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ବାବ୍ରି ମସଜିଦରେ କିଛି ଘଟିବ ନାହିଁ ବୋଲି ନିଶ୍ଚିତ କରିଥିଲେ। ରାଓ ତାଙ୍କ ମନ୍ତ୍ରୀଙ୍କ ପରାମର୍ଶ ନ ଶୁଣି ବିଜୟା ରାଜେ କଥା ଉପରେ ବିଶ୍ୱାସ କରିଥିଲେ। ଶରଦ ପାୱାର ନରସିଂହ ରାଓ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

ବରିଷ୍ଠ ଖବରଦାତା ନୀରଜା ଚୌଧୁରୀଙ୍କ ପୁସ୍ତକ ‘ହାଓ୍ବ ପ୍ରାଇମ ମିନିଷ୍ଟର ଡିସାଇଡ’ ପ୍ରକାଶ ପାଇବା ପରେ ବାବ୍ରି ମସଜିଦ ଭାଙ୍ଗିବା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ପାୱାର କହିଛନ୍ତି ତତ୍କାଳୀନ ସ୍ବରାଷ୍ଟ୍ର ମନ୍ତ୍ରୀ ଶଙ୍କର ରାଓ ଚୌହ୍ବାନ ଏବଂ ସ୍ବରାଷ୍ଟ୍ର ସଚିବ ମାଧବ ଗୋଡବଲେଙ୍କ ସହ ସେ ଏହି ବୈଠକରେ ଉପସ୍ଥିତ ଥିଲେ। ବୈଠକରେ ବିଜୟା ରାଜେ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଓଙ୍କୁ ଆଶ୍ୱାସନା ଦେଇଥିଲେ ବାବ୍ରି ମସଜିଦ ସହିତ କିଛି ଘଟିବ ନାହିଁ।

ଏନସିପି ସୁପ୍ରିମୋ କହିଛନ୍ତି ସ୍ବରାଷ୍ଟ୍ରମନ୍ତ୍ରୀ ତଥା ସଚିବ ଅନୁମାନ କରିଥିଲେ କିଛି ହୋଇପାରେ, କିନ୍ତୁ ନରସିଂହ ରାଓ ବିଜୟା ରାଜେଙ୍କୁ ବିଶ୍ୱାସ କରିବାକୁ ପସନ୍ଦ କରିଥିଲେ।

 

Share