ବକ୍ସାଇଟ ଖଣି ପରିଦର୍ଶନ ପୁର୍ବରୁ ଜିଲା ପ୍ରଶାସନ, ନାଲକୋ’କୁ ବିରୋଧ କଲେ ଗ୍ରାମବାସୀ, ନିରାଶ ହୋଇ ଫେରିଲେ କେନ୍ଦ୍ରମନ୍ତ୍ରୀ

ପଟ୍ଟାଙ୍ଗି, ୧୦ା୮: (ଶରତ ଧଳ)ଆଜି ନାଲକୋ ତରଫରୁ ସେରୁବନ୍ଧ ଖଣିର ବକ୍ସସାଇଟ ଖନନ ପାଇଁ ଭୂମିପୂଜା କରିବାର କାର୍ଯ୍ୟକ୍ରମ ଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଆନୁସାରେ କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ବିଶାଖାପାଟଣାର ବିମାନ ବନ୍ଦରରୁ ବାହାରି ଦାମନଯୋଡିରେ ପହଞ୍ଚିଥିଲେ । ପରେ ନାଲକୋ ସିଏମଡି ନାଲକୋ ଅଧିକାରୀ , କୋରାପୁଟ ଜିଲାପାଳ ଭି କୀର୍ତିଭାର୍ସନ , ଏସପି ଅଭିନବ ସୋନକାର ,କୋରାପୁଟ ବିଧାୟକ ରଘୁରାମ ମାଛ,ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ,କୋଟପାଡ଼ ବିଧାୟକ ରୁପୁ ଭତ୍ରା, ଏସଡିପିଓ ମନୋବ୍ରତା ସତପଥି ,ପଟ୍ଟାଙ୍ଗି ବିଡ଼ିଓ ସୁକାନ୍ତ କୁମାର ପଟ୍ଟନାୟକ , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖ ପ୍ରଶାସନିକ ଅଧିକାରୀ ଓ ଉପରୋକ୍ତ ତିନି ବିଧାୟକ ସମସ୍ତେ ଭୂମିପୂଜନର ପ୍ରସ୍ତାବିତ ଥୁରିୟା କରଞ୍ଜଗୁଡା ନିକଟ ରେ ପହଞ୍ଚିବା ପରେ ଭୂମିପୂଜନ କୁ ଯିବା ଆଗରୁ ରାସ୍ତା ଉପରେ ସେରୁବନ୍ଧ ଅଞ୍ଚଳ ର ପ୍ରଭାବିତ ଗ୍ରାମବାସୀ ମାନେ ଭୂମିପୂଜନ କୁ ବିରୋଧ କରି ପ୍ରତିବାଦ କରିଥିଲେ ।

ତେବେ ଜିଲାପାଳ ଏସପି ଜନ ପ୍ରତିନିଧି ସମସ୍ତେ ଝାଳ ନାଳ ହୋଇ ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କଲେ କିନ୍ତୁ ଉକ୍ତ ବକ୍ସାଇଟ ପାହାଡର ନିକଟସ୍ଥ ୦୬ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଭୂମି ପୂଜନ କୁ ପ୍ରତିବାଦ କରିବା ସହ ଗତ ୨୦୨୧ ମସିହାରୁ ଦେଇଥିବା ଲିଖିତ ଦାବି କୁ ଅଣଦେଖା କରି ପ୍ରଭାବିତ ଲୋକଙ୍କ ସମସ୍ୟା କେହି ବୁଝୁ ନାହାନ୍ତି ତେଣୁ ଆମ ସହ ପ୍ରଥମେ ଆଲୋଚନା କର ପରେ ଭୂମି ପୂଜନ କରିବା ପାଇଁ ଜିଦ ଧରିଥିଲେ । ଲୋକେ ବିରୋଧ କରିବାରୁ ମନ୍ତ୍ରୀ ନାଲକୋ ଗେଷ୍ଟ ହାଉସକୁ ଯାଇ ନଲୋକ ସିଏମଡି ଓ ଅନ୍ୟ ଅଧିକାରୀଙ୍କ ସହ ଆଲୋଚନା ପରେ ପୁଣି ଥରେ ତାରିଖ ନିର୍ଧାରଣ ପରେ ଭୂମି ପୂଜନ ହେବ ବୋଲି କହିଥିଲେ । ତେବେ ଲୁଚିଛପି ରେ କାର୍ଯ୍ୟକ୍ରମ କରିବା ପ୍ରଚେଷ୍ଟା କୁ ନେଇ ସାଧାରଣ ରେ ଚର୍ଚ୍ଚାଜୋର ଧରିଛି ।

ସୂଚନାଯୋଗ୍ୟ କି ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ପୂର୍ବରୁ ଅଞ୍ଚଳବାସୀ ବିରୋଧ କରି ଆସୁଥିଲେ ଏବଂ ଉକ୍ତ ଖଣି ଖନନ ପାଇଁ ଦାମନଯୋଡି ନାଲକ ସହିତ ସରକାର ଙ୍କ ସହିତ ଏମଓୟୁ ସ୍ୱାକ୍ଷର ହୋଇଛି ଓ ଆଜି ଭୂମି ପୂଜା ର କାର୍ଯ୍ୟକ୍ରମ ରହିଥିଲା । ଅନ୍ୟପକ୍ଷରେ ଲୋକଙ୍କ ଏହିପରି ପ୍ରତିବାଦ ଜାରି ରହିଥିବା ବେଳେ ସେରୁବନ୍ଧ ବକ୍ସାଇଟ ପାହାଡ଼ ଉପରେ ନାଲକୋ ପକ୍ଷରୁ ଲାଗିଥିଲା ଟେଣ୍ଡ୍ ଏବଂ ନାମ ଫଳକ କୁ ଭାଙ୍ଗି କଡା ବିରୋଧ କରିଥିଲେ । ଏନେଇ ଆନ୍ଦୋଳନ ସ୍ଥଳେ ରହିଥିବା ଆନ୍ଦୋଳନ କାରି ଏବଂ ନାଲକୋ କତ୍ରୁପକ୍ଷ ଓ ଉପରୋକ୍ତ ପ୍ରଶାସନିକ ଅଧିକାରୀ ଗଣମାଧ୍ୟମ ର ପ୍ରଶ୍ନ ର ଉତ୍ତର ଦେବାକୁ ସିଧାସଳଖ ମନା କରିଦେଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ପୂର୍ବରୁ ଯୁବ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

କେନ୍ଦୁଝର,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କେନ୍ଦୁଝର ଗସ୍ତ ପୂର୍ବରୁ ପୋଲିସ କଂଗ୍ରେସ କର୍ମୀଙ୍କୁ ଥାନାକୁ ଉଠାଇନେଇଛି। କର୍ମୀମାନେ କଳା ଡ୍ରେସ୍‌ ପିନ୍ଧି ବିକ୍ଷୋଭ...

ହଇଜାରେ ଚାଲିଗଲା ୨ ଜୀବନ, ୩୦ରୁ ଊର୍ଦ୍ଧ୍ୱ ଡାକ୍ତରଖାନାରେ ଭର୍ତ୍ତି

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଗୁଡିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ହଇଜା ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏକ...

ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ମୁହଁଖୋଲିଲେ ପିସିସିଏଫ: କହିଲେ…

ଭୁବନେଶ୍ୱର,୨୦।୯: ଫରେଷ୍ଟରଙ୍କ ମୃତ୍ୟୁକୁ ନେଇ ପିସିସିଏଫ ଦେବୀଦତ୍ତ ବିଶ୍ବାଳ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଅପ୍ରାକୃତିକ ମୃତ୍ୟୁ ହୋଇଛି, ଆତ୍ମହତ୍ୟା ଅଭିଯୋଗରେ ତଦନ୍ତ ଚାଲିଛି।...

ଭରତପୁର ଥାନାରେ ଲୋମଟାଙ୍କୁରା କଳା ରାତିର କଥା କହିବା ପରେ, ଏବେ ଡିସିପିଙ୍କ ମନ୍ତବ୍ୟକୁ ନେଇ…

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ମନ୍ତବ୍ୟ ନେଇ ପ୍ରଶ୍ନ ଉଠୁଛି।...

ରେଡ୍‌ ଡଟ୍‌ ହେଲ୍‌ଥ ସହ ଉତ୍କଳ ହସ୍ପିଟାଲର ବୁଝାମଣା

ଭୁବନେଶ୍ୱର,୨୦।୯ (ଅଭୟ ଦାଶ):ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ଉତ୍କଳ ହସ୍ପିଟାଲ ଏବଂ ରେଡ୍‌ ଡଟ୍‌ ହେଲ୍‌ଥ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ...

ନବୀନଙ୍କ କଥାରେ ଚିହିଁକି ଉଠିଲେ ସୁରେଶ ପୂଜାରୀ: କହିଲେ ଶହେ ଦିନର ସରକାରକୁ…

ଭୁବନେଶ୍ୱର,୨୦।୯: ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କଲେ ମନ୍ତ୍ରୀ ସୁରେଶ ପୂଜାରୀ। ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ...

କେନ୍ଦୁଝରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ କେନ୍ଦୁଝରରେ ପହଞ୍ଚିଛନ୍ତି। ରାଇସୁଆଁ ଏୟାରଷ୍ଟ୍ରିପରେ ଓହ୍ଲାଇ ରାସ୍ତା ପଥରେ ସିଧାସଳଖ...

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା: ମୁହଁ ଖୋଲିଲେ ନବୀନ, କହିଲେ….

ଭୁବନେଶ୍ୱର,୨୦।୯: ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ମୁହଁ ଖୋଲିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ଏହି ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri