Categories: ରାଜ୍ୟ

ଗଡ଼ିନି ବସ୍‌ ବଢ଼ିଲା ଭଡ଼ା

ଭୁବନେଶ୍ୱର,୧।୭: ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଉଥିବାରୁ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍‌ ପ୍ରକ୍ରିୟା। ରାଜ୍ୟର ୩୦ ଜିଲାକୁ ୨ କେଟାଗୋରୀରେ ବିଭକ୍ତ କରାଯାଇଛି। କେଟାଗୋରୀ ଏ’ରେ ଥିବା ୨୦ ଜିଲାରେ ବସ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି ସରକାର। ଅନ୍ୟପକ୍ଷେ ରାଜ୍ୟରେ ସମ୍ପୂର୍ଣ୍ଣ ବସ ଚଳାଚଳ କରି ନ ଥିବା ବେଳେ ଗୁରୁବାର ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ବସ ଭଡ଼ା। ଅଟୋମେଟିକ ମେକାନିଜମ ଆଧାରରେ ବସ୍‌ ଭଡ଼ା ବୃଦ୍ଧି ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି।

ସାଧାରଣ ଏକ୍ସପ୍ରେସ ବସ୍‌ କିଲୋମିଟର ପିଛା ୪ ପଇସା ବୃଦ୍ଧି କରାଯାଇଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ୮ ପଇସା ଏବଂ ସୁପର ପ୍ରିମିୟମ ବସ ଭଡ଼ା ୧୨ ପଇସା ବଢ଼ାଇ ଦିଆଯାଇଛି। ଗୁରୁବାରଠାରୁ ଯାତ୍ରୀଙ୍କୁ ବର୍ଦ୍ଧିତ ବସ ଭଡ଼ା ଦେବାକୁ ପଡ଼ିବ।

Share