Posted inଫୁରସତ

ଲେହେଙ୍ଗା କିଣିବା ଆଗରୁ…

ଲେହେଙ୍ଗା କିଣିବା ଆଗରୁ…
ବିବାହ କିମ୍ବା ଅନ୍ୟ ପାର୍ଟିରେ ଆପଣ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି କି! ଯଦି ନିଜ ପାଇଁ ଲେହେଙ୍ଗା କିଣିବାକୁ ଯାଉଥାନ୍ତି ତେବେ ଜାଣି ରଖନ୍ତୁ କିଛି ଟିପ୍ସ…

ବିବାହ ଦିନ ପାର୍ଟିରେ ପିନ୍ଧିବାକୁ ଅଧିକ କାମଥିବା ଲେହେଙ୍ଗା ପିନ୍ଧାହୁଏ, କିନ୍ତୁ ବିବାହ ପୂର୍ବରୁ ହଳଦୀ, ମେହେନ୍ଦୀ ଆଦିରେ ପିନ୍ଧିବା ପାଇଁ ହାଲ୍‌କା ରଙ୍ଗର ଲେହେଙ୍ଗା କିଣନ୍ତୁ। ଏସବୁ ରଙ୍ଗର ଲେହେଙ୍ଗା ପ୍ରାୟ ସବୁ ସ୍ଥାନରେ ବେଶ୍‌ ସହଜରେ ଓ କମ୍‌ ଖର୍ଚ୍ଚରେ ମିଳି ଯାଇଥାଏ।
ସେଲିବ୍ରିଟି ଲୁକ୍‌ ଦେଉଥିବା ଭଳି ଲେହେଙ୍ଗା କିଣିବାକୁ ଆଦୌ ଚେଷ୍ଟା କରନ୍ତୁ ନାହିଁ। ନିଜ ପସନ୍ଦ ହିସାବରେ ଲେହେଙ୍ଗା କିଣନ୍ତୁ। ସେଲିବ୍ରିଟି ଲୁକ୍‌ କଥା ଚିନ୍ତାକଲେ ହୁଏତ ନିଜର ପସନ୍ଦ ହୋଇ ନ ପାରେ କିମ୍ବା ବଜେଟ ମଧ୍ୟ ବହୁତ ଅଧିକ ହୋଇପାରେ।
ଲେହେଙ୍ଗା ପସନ୍ଦ କରି ସାରିବା ପରେ ତା’ର ରଙ୍ଗ ଠିକ୍‌ ଅଛି କି ନାହିଁ ପରୀକ୍ଷା କରି ଦେଖି ନିଅନ୍ତୁ। ବେଳେବେଳେ ଦୋକାନ ଭିତରେ ବିଭିନ୍ନ ପ୍ରକାର ଲାଇଟ୍‌ରେ ପ୍ରକୃତ ରଙ୍ଗ ଜଣା ପଡ଼ି ନ ଥାଏ। ତେଣୁ କିଛି ସମୟ ପାଇଁ ଟିକେ ଦୋକାନ ବାହାରକୁ ଆଣି ଲେହେଙ୍ଗାର ରଙ୍ଗ ପରଖି ନିଅନ୍ତୁ।
ଅଧିକ କାମ ଥିବା ଲେହେଙ୍ଗା ପିନ୍ଧିବାକୁ ବେଶ୍‌ ସୁନ୍ଦର ଲାଗେ। କିନ୍ତୁ କୌଣସି ଉତ୍ସବରେ ଅଧିକ ସମୟ ରହିବାକୁ ଥିଲେ ସିମ୍ପଲ ଲେହେଙ୍ଗା ପିନ୍ଧନ୍ତୁ। କାରଣ ହେଭି କାମଥିବା ଲେହେଙ୍ଗା ପିନ୍ଧି ବେଶି ସମୟ ରହିଲେ ଆପଣ ଆରାମ ଅନୁଭବ କରି ପାରିବେନି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଧର୍ମର ଲୋକ ଏଲିଅନଙ୍କୁ ପୂଜା କରନ୍ତି, ତୋଳିଲେଣି ୬୦୦ରୁ ଅଧିକ ମନ୍ଦିର

ବ୍ରାଜିଲର ‘ସୂର୍ଯ୍ୟୋଦୟ ଉପତ୍ୟକା’ କିମ୍ବା ‘ଉଦୟ ଉପତ୍ୟକା’ ଏପରି ଏକ ଧର୍ମ ଯାହା ଏହାର ଅନନ୍ୟ ବିଶ୍ୱାସ ଏବଂ ଏଲିଏନଙ୍କ ପୂଜା ପାଇଁ ସାରା ବିଶ୍ୱରେ...

ଏଠାରେ ରଙ୍ଗ ନୁହେଁ, ପଚାଅଣ୍ଡାରେ ପାଳନ ହୁଏ ହୋଲି

ରଙ୍ଗର ପର୍ବ ହୋଲିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଥାନ୍ତି। ହୋଲି ଦିନ ପରସ୍ପରକୁ ରଙ୍ଗ ଲଗାଇ ଅଭିନନ୍ଦନ ଜଣାଇଥାନ୍ତି। ତେବେ ଭାରତରେ ହୋଲିକୁ ଅବିର...

କଞ୍ଚା ଲଙ୍କା ଠାରୁ ଆରମ୍ଭ କରି ଶୁଖିଲା ଲଙ୍କା, କାହିଁକି ଏତେ ରାଗ ହୋଇଥାଏ?

ରୋଷେଇ ପାଇଁ ବ୍ୟବହୃତ ମସଲା ମଧ୍ୟରେ ଲଙ୍କା ଏକ ଅତ୍ୟାବଶ୍ୟକ ମସଲା। ଏହା ବିନା ଖାଦ୍ୟ ସ୍ବାଦହୀନ ଲାଗେ। ଅତି କମରେ ଭାରତୀୟମାନେ ସେମାନଙ୍କ ଦୈନନ୍ଦିନ...

୨୦୨୬ ଏହି ତାରିଖରେ ବିଶ୍ୱର ଅନ୍ତ ଘଟିବ! ଭୟଭୀତ ଭବିଷ୍ୟବାଣୀ କଲେ…

ନୂଆଦିଲ୍ଲୀ,୧୫।୩: ପ୍ରସିଦ୍ଧ ପଦାର୍ଥବିଜ୍ଞାନୀ ହାଇଞ୍ଜ ଭନ ଫୋର୍ଷ୍ଟରଙ୍କ ଅନୁସାରେ, ୨୦୨୬ ମାନବଜାତି ପାଇଁ ଏକ ବହୁତ ଖରାପ ବର୍ଷ ହୋଇପାରେ। ଚଳିତ ବର୍ଷ ନଭେମ୍ବର ୧୩...

ଏକୁଟିଆ ରହୁଥିବା ଲୋକଙ୍କଠାରେ ଦେଖାଯାଏ ଏସବୁ ଭଲଗୁଣ

ବଦଳୁଥିବା ଜୀବନଶୈଳୀ ଲାଗି ଲୋକଙ୍କ ମଧ୍ୟରେ ପରିବର୍ତ୍ତନ ଦେଖାଯିବା ସ୍ବାଭାବିକ। ତେବେ ଏହି ପରିବର୍ତ୍ତନ ପାଇଁ ଜଣେ ଅନ୍ୟଜଣଙ୍କଠାରୁ ଭିନ୍ନ ହୋଇଥାନ୍ତି। କାହାକୁ ପରିବାର ସହିତ...

ଚା-କଫି ପରି ଏଠାରେ ମହିଳା ପିଅନ୍ତି ସାପ ରକ୍ତ, କାରଣ ଜାଣିଲେ ହୋସ ଉଡିବ

ସବୁଠାରୁ ଭୟଙ୍କର ଜୀବ ମଧ୍ୟରେ ସାପ ଅନ୍ୟତମ। ଯେକେହି ଏହାକୁ ଦେଖିବା ମାତ୍ରେ ଡରିଯାଇଥାନ୍ତି। ମାତ୍ର ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ କୋବ୍ରା ରକ୍ତ ପିଇବାର ପରମ୍ପରା...

ବିବାହ ପରେ ନବଦମ୍ପତି ଯାଉଥିବା ଟ୍ରିପକୁ ହନିମୁନ କାହିଁକି କୁହନ୍ତି? ଆପଣ ବି ଜାଣି ନ ଥିବେ…

ବିବାହ ପରେ ନବଦମ୍ପତିମାନେ ଏକାନ୍ତରେ ଭଲ ସମୟ କଟେଇବା ପାଇଁ ହନିମୁନ ଯାଆନ୍ତି। କିନ୍ତୁ ଏହି ଟ୍ରିପକୁ ହନିମୁନ କାହିଁକି କୁହନ୍ତି ଜାଣନ୍ତି କି? ପ୍ରଥମତଃ,...

Ancient Egypt Mummification Mystery: ସତରେ କ’ଣ ମମି ଭିତରେ ରଖାଯାଏ ମହଣ ମହଣ ସୁନା? କାରଣ ଜାଣିଲେ ଉଡିବ ହୋସ୍‌

ମମି…ଏକ ଶବ୍ଦ ଯାହା ଶୁଣିଲେ ଆପଣଙ୍କୁ ପ୍ରାଚୀନ ମିଶରର ରହସ୍ୟପୂର୍ଣ୍ଣ ଦୁନିଆ କଥା ମନେପଡେ। ଏହି ପୃଥିବୀ ସର୍ବଦା ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ପାଇଁ ଏକ ପ୍ରିୟ ସ୍ଥାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image